Thursday, September 3, 2026
24.8 C
Odisha

    ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ, ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା

    ଆଗକୁ ପଢନ୍ତୁ

    ଭିତରକନିକା: ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ । ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ । ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ପକ୍ଷୀ ଗଣନା କରୁଛନ୍ତି ୪ଟି ଟିମ୍ । ପ୍ରତି ଟିମ୍ ରେ ୫ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି । ମଠଆଡିଆ , ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆଠାରେ ପକ୍ଷୀ ଗଣନା କରାଯାଉଛି । ମଠଆଡିଆ ଠାରେ ୩ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ଦୁର୍ଗାପ୍ରସାଦ ଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆ ଠାରେ ଗୋଟିଏ ଟିମ୍ ନିୟୋଜିତ ହୋଇଛନ୍ତି । ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ଦାବେଣ୍ଟିଆ, ଅଞ୍ଜନା, ଖଇରା , ପାଣିକୁଆ, ମଝିଆ ବଗ, ଛୋଟ ବଗ, ରାଣୀ ବଗ, କାପର ଖାଇ, ଅନ୍ଧାରିଆ ବଗ, ଭଳି ଦେଶୀୟ ପକ୍ଷୀଙ୍କ ଗଣନା କରାଯାଉଛି ।

    ବନଖଣ୍ଡ ଅଧିକାରୀଙ୍କ କହିବା କଥା ଯେ ’’ବର୍ଷା ଋତୁରେ ଏହି ଗଣନା ହୋଇଥାଏ । କାରଣ ବର୍ଷା ଋତୁରେ ଏଠାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥାଏ । ଅଣ୍ଡା ଦେବା ସମୟ ଆସିଲେ ଏହି ପକ୍ଷୀମାନେ ଅନ୍ୟତ୍ର ଚାଲି ଯାଇଥାନ୍ତି । ଜାତୀୟ ଉଦ୍ୟାନ ସଂଲଗ୍ନ ବ୍ରାହ୍ମଣୀ ନଦୀରେ ଥିବା ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ବସା ବାନ୍ଧିଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାହାରି ବିଭିନ୍ନ ଅଞ୍ଚଳକୁ ଉଡିଯାଉଛନ୍ତି ଓ ଫେରୁଛନ୍ତି। ଯାହାକି ଭିତରକନିକାର ଶୋଭାବର୍ଦ୍ଧନ କରୁଛି। ସକାଳ ହେଲେ ପକ୍ଷୀମାନେ ଚାଷ ଜମି ଗାଁ ନିକଟ ପୋଖରୀ, ପାଣି ନାଳରେ ସେମାନେ ପହଁରିବା ସହିତ ବୁଲି ଖାଦ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.9kmh
    100 %
    Thu
    25 °
    Fri
    29 °
    Sat
    30 °
    Sun
    29 °
    Mon
    30 °

    ସମ୍ବନ୍ଧିତ