Thursday, February 19, 2026
32.8 C
Odisha

    ବାପାଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ଦିଲ୍ଲୀରେ ପହଞ୍ଚିଥିଲେ ଦମ୍ପତି

    ଆଗକୁ ପଢନ୍ତୁ

    ବାପାଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ସିଦ୍ଧାର୍ଥ ମଲହୋତ୍ରା । ଗତ ୧୪ ଫେବୃଆରୀରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବାପା ସୁନୀଲ ମଲହୋତ୍ରା ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପ୍ରେମ ଦିବସ ପାଳନ ଚାଲିଥିବାବେଳେ ସିଦ୍ଧାର୍ଥ ମଲହୋତ୍ରା ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ସିଦ୍ଧାର୍ଥ ମଲହୋତ୍ରା ଏବଂ ତାଙ୍କ ପତ୍ନୀ କିଆରା ଆଡଭାନୀ ଦିଲ୍ଲୀରେ ପହଞ୍ଚିଥିଲେ । ଅଭିନେତା ତାଙ୍କ ବାପାଙ୍କ ବିୟୋଗ ସମ୍ପର୍କରେ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି ।

    ସିଦ୍ଧାର୍ଥ କହିଥିଲେ ଯେ, ‘‘ବାପା ଅନେକ ଦିନ ଧରି ଅସୁସ୍ଥ ଥିଲେ । ମା’ ହିଁ କେବଳ ବାପାଙ୍କର ଯତ୍ନ ନେଉଥିଲେ । ବାପାଙ୍କ ଅବସ୍ଥା କଥା ମା’ ମତେ ଅନେକ ଦିନରୁ ଲୁଚାଇଥିଲେ । ତେଣୁ ଅନେକ ଥର ରାଗିଯାଇ ମା’ଙ୍କ ପ୍ରତି କଠୋର ହୋଇଯାଉଥିଲି । ଏବେ କିନ୍ତୁ ମୁଁ ଲଜ୍ଜିତ । କାହିଁକିନା ମୁଁ ତାଙ୍କର ତ୍ୟାଗକୁ ଠିକ୍ ଭାବେ ବୁଝିପାରି ନଥିଲି । ଏବେ ମୁଁ ଅନୁଭବ କରୁଛି ଯେ ତାଙ୍କୁ ଭଲପାଇବା ସହିତ ବାପାଙ୍କର ଚିକିତ୍ସା କରିବା ଜରୁରୀ ଥିଲା ।’’

    ସିଦ୍ଧାର୍ଥଙ୍କ ବାପା ମର୍ଚ୍ଚାଣ୍ଟ ନେଭିରେ ଜଣେ କ୍ୟାପ୍ଟେନ୍ ଥିଲେ । ତାଙ୍କ ବାପା ପାରାଲିସିସ୍ ହେବାରୁ ହ୍ବିଲଚେୟାର ବ୍ୟବହାର କରୁଥିଲେ । ‘ଯୋଦ୍ଧା’ ଫିଲ୍ମର ସ୍କ୍ରିନିଂ ସମୟରେ ସିଦ୍ଧାର୍ଥ ତାଙ୍କ ବାପାଙ୍କ ଯତ୍ନ ନେଉଥିଲେ । ବିବାହ ପରେ ଦମ୍ପତି ସୁନୀଲ ମଲହୋତ୍ରାଙ୍କର ମଧ୍ୟ ଦେଖାଶୁଣା କରୁଥିଲେ । ଏହା ବ୍ୟତୀତ ସିଦ୍ଧାର୍ଥ ଏବଂ କିଆରା ତାଙ୍କ ବାପା ସୁନୀଲଙ୍କ ସହିତ ଅନେକ ପୋଜ୍ ଦେଇ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା । ଏପରି କାମ ଦେଖିବା ପରେ ପ୍ରଶଂସକମାନେ ସିଦ୍ଧାର୍ଥଙ୍କୁ ପ୍ରଶଂସା କରିଥିଲେ । ନିକଟରେ ସୁନୀଲ ମଲହୋତ୍ରାଙ୍କର ଦେହାନ୍ତ ହେବା ପରେ ବନ୍ଧୁ ଏବଂ ପରିବାରବର୍ଗ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏପରି ଦୁଃଖଦ ସମୟରେ ପରିବାର ସହିତ ଦିଲ୍ଲୀରେ ରହିବେ ସିଦ୍ଧାର୍ଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.8 ° C
    32.8 °
    32.8 °
    20 %
    2.4kmh
    99 %
    Thu
    33 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ