Friday, October 2, 2026
24.8 C
Odisha

    ବିଜେଡିରେ ମିଶିଲେ କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନା

    ଆଗକୁ ପଢନ୍ତୁ

    ବିଜେଡିରେ ମିଶିଲେ ଶ୍ରୀୟା ସମ୍ବେଦନା। ସେ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଥିଲେ। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ଝିଅ ଶ୍ରୀୟା ସମ୍ବେଦନାଙ୍କ ସହ ଅନେକ ନେତା ଆଜି କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳର ସାଂସଦ ସସ୍ମିତ ପାତ୍ର ସ୍ବାଗତ କରିଥିଲେ। ଶ୍ରୀୟା ସମ୍ବେଦନା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନରେ ଆମେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛୁ। ମୁଖ୍ୟମନ୍ତ୍ରୀ ଲୋକଙ୍କ ଜନ୍ମରୁ ମୃତ୍ୟୁ ଯାଏଁ ଅନେକ ଯୋଜନା କରିଛନ୍ତି। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିଛନ୍ତି। ମହିଳା ସଶକ୍ତିକରଣକୁ ଶ୍ରୀୟା ପ୍ରଶଂସା କରିବା ସହିତ ଏହାକୁ ଆହୁରି ଆଗକୁ ନେବା ପାଇଁ କାମ କରିବେ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ