Friday, October 2, 2026
24.8 C
Odisha

    ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ବାସ କରନ୍ତି, କିନ୍ତୁ ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନିର୍ବାଚନ ପ୍ରଚାରର ୧୧ତମ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବୌଦ୍ଧ ଜିଲ୍ଲାର ବୌଦ୍ଧ, ସୋନପୁର ଜିଲ୍ଲାରେ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଧୂଆଁଧାର ପ୍ରଚାର ଜାରି ରଖିଛନ୍ତି । ବୌଦ୍ଧରେ ସମବେତ ବିପୁଳ ଜନସମାବେତକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତୁ । ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶୃତି ଦିଅନ୍ତି । ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ । ଶଙ୍ଖ ଚିହ୍ନକୁ ଓଡିଶାର ପ୍ରଗତିର ଚିହ୍ନ ଭାବରେ ଅଭିହିତ କରି ଶ୍ରୀ ପାଣ୍ଡିଆନ କହିଲେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ସର୍ମପିତ ଭାବେ କାମ କରିଚାଲିଛି । ବୌଦ୍ଧ ଜିଲ୍ଲାର ପୁରୁଣା କଟକକୁ NAC ଓ ବୌଦ୍ଧକୁ ମ୍ୟୁନିସପାଲଟି ମାନ୍ୟତା ଦିଆଯାଇଛି । ଲୋକଙ୍କ ପ୍ରସ୍ତାବକ୍ରମେ ଭୈରବୀ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିରର ବିକାଶ ପାଇଁ ଯଥାକ୍ରମେ ୪ କୋଟି ଓ ସାଢେ ତିନି କୋଟି ଟଙ୍କା ଦିଆଯାଇଛି । ଏହାସହିତ ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସ୍‌ଜିଦର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପାଣ୍ଡିଆନ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେବା ପାଇଁ ନିବେଦନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ