Monday, December 29, 2025
18 C
Odisha

    ବିଜେଡି ଛାଡ଼ିଲେ ୫ ଥରର ବିଧାୟକ

    ଆଗକୁ ପଢନ୍ତୁ

    ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ମାସ ୧୩, ୨୦, ୨୫ ଓ ଜୁନ ୧ରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବ । ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଥିବା ବେଳେ ଏହା ମଧ୍ୟରେ ରାଜନେତାମାନେ ଦଳ ବଦଳ କରିବା ଆରମ୍ଭ କରିଦେଇଛନ୍ତି । ଗତକାଲି କିଛି ନେତା ଦଳ ବଦଳ କରିଥିବା ବେଳେ ଆଜି ମଧ୍ୟ କିଛି ନେତା ସମାନ ନୀତି ଆପଣାଇଛନ୍ତି । କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ୱର ମାଝୀ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18 ° C
    18 °
    18 °
    30 %
    1.4kmh
    0 %
    Mon
    17 °
    Tue
    29 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ