Wednesday, May 22, 2024
29.9 C
Odisha

    ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ ରାୟ

    ଆଗକୁ ପଢନ୍ତୁ

    କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା । ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ । ଏପରିକି ୨ କୋଟି ଟଙ୍କା ଦେଇ ପାରିଲେନି ବୋଲି ଦଳୀୟ ଟିକେଟରୁ ତାଙ୍କୁ ବଞ୍ଚିତ କରାଗଲା ବୋଲି ସେ ବୟାନ ଦେଇଥିଲେ । ଗତ ଥର ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ । ଆଜି ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.9 ° C
    29.9 °
    29.9 °
    61 %
    1.7kmh
    3 %
    Wed
    41 °
    Thu
    41 °
    Fri
    39 °
    Sat
    40 °
    Sun
    36 °

    ସମ୍ବନ୍ଧିତ