Saturday, January 18, 2025
20.8 C
Odisha

    ବିଧାନସଭା ଅଧିବେଶନ ଏବଂ ବଜେଟ ଅଧିବେଶନ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଏହା ଆରମ୍ଭ ହେବ । ୨ ଟି ପର୍ଯ୍ୟାୟରେ ଏହା ଚାଲିବ । ସେପ୍ଟେମ୍ବର ୧୩ ତାରିଖରେ ଏହା ଶେଷ ହେବାକୁ ଯାଉଛି । ସେଭିଭଳି ଆସନ୍ତା ୨୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ଏଥର ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ ହେବେ । ବିଧାନସଭାର ମୋଟ ୧୪୭ ଆସନରୁ ବିଜେପିର ୭୮ ଜଣ ବିଧାୟକ, ବିଜେଡିର ୫୧ ଜଣ ଓ କଂଗ୍ରେସର ୧୪ ଜଣ ବିଧାୟକ ରହିଛନ୍ତି ।ଦୀର୍ଘ ୨୪ ବର୍ଷର ସରକାର ପରେ ନୂଆ ସରକାର କେମିତି କେମିତି କାର୍ଯ୍ୟ କରିବ, କେଉଁ ସବୁ ସମସ୍ୟା ଉପରେ ଅଧିବେଶନରେ ଆଲୋଚନା ହେବ;ତାହାକୁ ନେଇ ସାଧାରଣ ଜନତା ବେଶ୍ ଉତ୍ସାହିତ  ଅଛନ୍ତି।

    ସେଇଭଳି ଆଜିଠୁ ସଂସଦର ବଜେଟ ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯାହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୬ ଟି କାର୍ଯ୍ୟଦିବସ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନା କରିବେ । ଆସନ୍ତାକାଲି ୨୦୨୪-୨୦୨୫ ବର୍ଷ ପାଇଁ ଚଳିତବର୍ଷର ସାଧାରଣ ବଜେଟ ଆଗତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.8 ° C
    20.8 °
    20.8 °
    31 %
    0.4kmh
    20 %
    Sat
    21 °
    Sun
    30 °
    Mon
    32 °
    Tue
    33 °
    Wed
    34 °

    ସମ୍ବନ୍ଧିତ