Saturday, March 14, 2026
24.5 C
Odisha

    ବିପୁଳ ପରିମାଣର ଶାଗୁଆନ କାଠ ଜବତ: ସଂରକ୍ଷିତ ଜଙ୍ଗଲ ନିକଟରେ ଚାଲିଥିଲା ବେନିୟମ କରତକଳ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବୁଢ଼ାକେନ୍ଦୁ ସଂରକ୍ଷିତ ଶାଗୁଆନ ଜଙ୍ଗଲ ନିକଟରେ ବେନିୟମ ଭାବେ ଚାଲିଥିବା ଏକ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ ହୋଇଛି। ଏଥିସହ ଗୋଟିଏ ଟ୍ରାକ୍ଟର ଗାଡି, ଗୋଟିଏ ଟାଟା ଏସି ଗାଡ଼ି ଏବଂ କାଠ କଟା ମେସିନ ଲାଗିଥିବା ଏକ ଗାଡ଼ି ଜବତ ହୋଇଛି। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗିରଫ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଚାଲିଛି। ଘଟଣାରୁ ପ୍ରକାଶ ଯେ ଗୁରୁବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ବେଲଗୁଣ୍ଠା ବ୍ଲକରେ ମଧ୍ୟ ପଡ଼ିଥିଲା। ଯାନବାହାନ ଚଳାଚଳ ବନ୍ଦ ଥିବାର ଦେଖି କାଠ ମାଫିଆ ଜଣଙ୍କ ନିଜ ଅସ୍ଥାୟୀ ମିଲ ରେ ଶାଗୁଆନ ଗଛ କାଟୁଥିଲା। ଏନେଇ ଡି ଏଫ ଓ ହିମାଂଶୁ ଶେଖର ମହାନ୍ତି ଜାଣିବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ରେଞ୍ଜର ପୃଥିବୀ ରାଜ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

    ଏହାପରେ ରେଞ୍ଜର ପ୍ରଧାନ, ଏସିଏଫ ଡ. ରଶ୍ମି ରଞ୍ଜନ ସ୍ବାଇଁ, ବିବେକ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ୩ଟି ଗାଡ଼ି ଓ ୭୦ ସିଫ୍ଟ ଶାଗୁଆନ କାଠ ଜବତ କରିଥିଲେ। ଏଥିସହ ବହୁ ପରିମାଣର ଜାଳେଣି କାଠ ଜବତ ହୋଇଛି। ଅଭିଯୁକ୍ତ ଜଣକ ଏକ ଟ୍ରାକ୍ଟର ଗାଡ଼ିରେ କାଠ କାଟିବା ମେଶିନ ଲଗାଇ ବୁଲି ବୁଲି କାଠ ଚୋରୀ କରୁଥିଲେ। ଏହାପରେ ତାକୁ ଆଣି ନିଜ ଅସ୍ଥାୟୀ ମିଲ ନିକଟରେ ପାଣିରେ ପୋତି ରଖୁଥିଲେ। ସୁବିଧା ଦେଖି ତାକୁ କାଟି ବିକ୍ରି କରୁଥିଲେ। ଗତକାଲି ଯାନବାହାନ ଚଳାଚଳ ବନ୍ଦ ଥିବା ଯୋଗୁ କାଠ କଟା ଚାଲିଥିଲା। ଏହାପରେ ତାକୁ ବିକ୍ରି କରିଥାନ୍ତେ। ଏହାପୂର୍ବରୁ ବନ ବିଭାଗ ମାଡ଼ିବସିଲା। କିଛି ତଳିଆ କର୍ମଚାରୀଙ୍କୁ କାଠ ମାଫିଆ ହାତ କରି ନିଜର ବ୍ୟବସାୟ ବର୍ଷ ବର୍ଷ ଧରି ଚଳାଉଥିବା ସନ୍ଦେହ କରାଯାଉଛି । ତେଣୁ ଏନେଇ ତଦନ୍ତ ଚାଲିଛି। ତଦନ୍ତରେ ଯଦି କୌଣସି କର୍ମଚାରୀ ଜଡ଼ିତ ଥିବାର ପ୍ରମାଣ ମିଳିବ ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ