Sunday, February 15, 2026
28 C
Odisha

    ବିବାଦରେ ମନୋଜ ବାଜପେୟୀଙ୍କ ଫିଲ୍ମ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭିଯୋଗରେ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ମନୋଜ ବାଜପେୟୀଙ୍କ ଫିଲ୍ମ ବିରୋଧରେ FIR । ମନୋଜ ବାଜପେୟୀଙ୍କ ଫିଲ୍ମ ‘ଘୁସଖୋର ପଣ୍ଡତ’ ବିରୋଧରେ FIR । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ କଡ଼ା ଆଭିମୁଖ୍ୟ । ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ‘ଘୁସଖୋର ପଣ୍ଡତ’କୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ଫିଲ୍ମର ନାମ ଏବଂ ବିଷୟବସ୍ତୁ ବ୍ରାହ୍ମଣ ସମାଜର ଭାବନାକୁ ଆଘାତ ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏକ FIR ରୁଜୁ କରାଯାଇଛି । ଅପମାନଜନକ ଶୀର୍ଷକ ଫିଲ୍ମର ଟିଜରରେ ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସରଙ୍କୁ ‘ପଣ୍ଡତ’ ବୋଲି ସମ୍ବୋଧନ କରାଯାଇଛି । ଏଥିରେ ଲାଞ୍ଚୁଆ ଶବ୍ଦ ସହ ‘ପଣ୍ଡତ’ ଯୋଡ଼ା ହୋଇଥିବାରୁ ଏକ ନିର୍ଦ୍ଦିଷ୍ଟ ଜାତି ପ୍ରତି ଅପମାନ ବୋଲି କୁହାଯାଇଛି । ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ନେଟଫ୍ଲିକ୍ସ (Netflix), ନିର୍ଦ୍ଦେଶକ ରିତେଶ ଶାହ ଏବଂ ପ୍ରଯୋଜକ ନୀରଜ ପାଣ୍ଡେଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

    ଅନ୍ୟପଟେ ଫିଲ୍ମର ପ୍ରଯୋଜକ ନୀରଜ ପାଣ୍ଡେ କହିଛନ୍ତି ଯେ ଏହା ଏକ ସଂପୂର୍ଣ୍ଣ କାଳ୍ପନିକ କାହାଣୀ । କାହାର ଭାବନାକୁ ଆଘାତ ଦେବା ଫିଲ୍ମର ଉଦ୍ଦେଶ୍ୟ ନୁହେଁ। ବିବାଦ ପରେ ସୋସିଆଲ ମିଡିଆରୁ ଫିଲ୍ମର ଟିଜର ହଟାଇ ଦିଆଯାଇଛି । ମନୋଜ ବାଜପେୟୀେ କହିଛନ୍ତି ଯେ ସେ ଦର୍ଶକଙ୍କ ଭାବନାକୁ ସମ୍ମାନ କରନ୍ତି ଏବଂ ଫିଲ୍ମର ନାଁ କୌଣସି ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    27 %
    2kmh
    3 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ