ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନାୟିକା ଦିବ୍ୟାଙ୍କା ତ୍ରିପାଠୀଙ୍କ ଘରକୁ ଖୁବଶୀଘ୍ର କୁନି ଅତିଥି ଆସିବେ । ବିବାହର ୧୦ ବର୍ଷ ପରେ ଦିବ୍ୟାଙ୍କା ମା’ ହେବେ । ଆଉ ଏଥିପାଇଁ ଦିବ୍ୟାଙ୍କାଙ୍କ ଖୁସି କହିଲେ ନ ସରେ । ଦିବ୍ୟାଙ୍କା ଏବଂ ବିବେକ ଆସିବାକୁ ଥିବା କୁନି ଅତିଥିକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ଆଉ ଏଥିପାଇଁ ବେବି ଶାଓ୍ବର ସେରିମନି କରାଯାଇଛି । ଯାହାର ଫଟୋ ଅଭିନେତ୍ରୀ ଜଣକ ଇନଷ୍ଟାରେ ନୂଆ ଭିଡିଓ ପକାଇଛନ୍ତି ।
ବେବି ଶାୱର ସେରିମନିରେ ଦିବ୍ୟାଙ୍କା ଗ୍ରୀନ କଲର ଶାଢି ପିନ୍ଧି ଲାଲ ରଙ୍ଗର ଓଢଣୀ ପକାଇଛନ୍ତି । ବିବେକ ଦିବ୍ୟାଙ୍କାଙ୍କୁ ନୀଳ ରଙ୍ଗର ଚୁଢି ପିନ୍ଧାଉଛନ୍ତି । ଅନ୍ୟ ଅତିଥିମାନେ ଅଭିନେତ୍ରୀକୁ ଉପହାର ଦେଇଛନ୍ତି । ଦିବ୍ୟାଙ୍କାଙ୍କ ଉପରେ ତାଙ୍କର ଘର ଲୋକ ପଇସା ବର୍ଷା କରିଛନ୍ତି । କୁନି ପିଲାକୁ ନେଇ ବିବେକ ବେଶ୍ ଖୁସି ରହିଛନ୍ତି । ଉତ୍ସବରେ ସବୁ ଲୋକ ନାଚୁଥିବାର ନଜର ଆସିଛନ୍ତି । ଦିବ୍ୟାଙ୍କା ବେବିବମ୍ପ ଧରି ଡ୍ୟାନ୍ସ କରୁଛନ୍ତି ।
ଏହି ଭିଡିଓ ସେୟାର କରି ଅଭିନେତ୍ରୀ ଜଣକ ଲେଖିଛନ୍ତି, କ’ଣ ହେବ ଯେତେବେଳେ ଆପଣଙ୍କ ପରିବାର, ଭଲପାଇବା ଏବଂ ପାଗଳପଣ ସବୁକିଛି ମିକ୍ସ ହୋଇଯିବ ।
ଦିବ୍ୟାଙ୍କା ଏବଂ ବିବେକ ୨୦୧୬ରେ ବିବାହ କରିଥିଲେ । ୪୧ ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି ଦିବ୍ୟାଙ୍କା । ଦିବ୍ୟାଙ୍କା ଦୀର୍ଘଦିନରୁ କୌଣସି ଶୋରେ ନଜର ଆସିନାହାନ୍ତି । କାମରୁ ବ୍ରେକ ନେଇ ଦିବ୍ୟାଙ୍କା ଏବେ ମାତ୍ତ୍ବ ଉପରେ ଫୋକସ କରୁଛନ୍ତି ।
