Sunday, April 5, 2026
25.6 C
Odisha

    ବିବାହ କଲେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ନିଜ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ। ପ୍ରଶଂସକ, ଗଣମାଧ୍ୟମ ଏବଂ ରାଜନେତା ଏହି ବିବାହରେ ଯୋଗ ଦେଇଥିଲେ। ବିବାହ ରୀତିନୀତି ପରେ ଦମ୍ପତି ପୁରୋହିତଙ୍କଠାରୁ ଆଶୀର୍ବାଦ ନେଇଥିଲେ। କେରଳ ଶିକ୍ଷା ମନ୍ତ୍ରୀ ଭି. ଶିବନକୁଟ୍ଟି, ସିପିଏମ ରାଜ୍ୟ ସମ୍ପାଦକ ଏମ.ଭି. ଗୋବିନ୍ଦନ ଏବଂ ସାଂସଦ ଏ.ଏ. ରହିମ ସେମାନଙ୍କ ବିବାହରେ ଉପସ୍ଥିତ ଥିଲେ। ବିବାହରେ ମୋନାଲିସା ଏକ ଲାଲ ଶାଢ଼ି ପିନ୍ଧିଥିଲେ। ଏହାସହ ହାର ଏବଂ ସିନ୍ଦୁର ପିନ୍ଧିଥିଲେ। ଏହି ଲୁକରେ ମୋନାଲିସା ବହୁତ ସୁନ୍ଦର ଦେଖାଯାଉଥିଲେ।

    ମୋନାଲିସାଙ୍କ ସ୍ବାମୀ ଜଣେ ମୁସଲମାନ। ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର ହୋଇଥିବାବେଳେ ଫରମାନ ମହାରାଷ୍ଟ୍ରର। ଉଭୟ ଦେଢ଼ ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ ସେମାନଙ୍କ ପରିବାର ବିବାହ ବିରୋଧରେ ଥିଲେ। ଏହି କାରଣରୁ ଦୁହେଁ କେରଳରେ ଆଶ୍ରୟ ନେଇଥିଲେ। ମୋନାଲିସା ତିରୁଭାନନ୍ତପୁରମର ଥାମ୍ପାନୁର ପୁଲିସ ଷ୍ଟେସନରେ ସୁରକ୍ଷା ମାଗିଥିଲେ। ସେ କହିଥିଲେ, ତାଙ୍କ ବାପା ବିଜୟ ସିଂହ ଭୋସଲେ ତାଙ୍କ ପସନ୍ଦର ପୁରୁଷଙ୍କୁ ବିବାହ କରିବାକୁ ତାଙ୍କୁ ଚାପ ପକାଉଥିଲେ।
    ମୋନାଲିସା ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଦି ଡାଏରୀ ଅଫ ମଣିପୁର’ ଫିଲ୍ମରେ ନଜର ଆସିବେ। ଫିଲ୍ମର ଟ୍ରେଲର ଫେବୃଆରୀରେ ରିଲିଜ ହୋଇଥିଲା। ମୋନାଲିସା ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଥିଲେ। ଆଜିକାଲି ମୋନାଲିସା ପୁଭରରେ ନିର୍ଦ୍ଦେଶକ ପି. ବିନୁ ଭାର୍ଗୀସଙ୍କ ମାଲାୟଲମ ଫିଲ୍ମ ‘ନାଗାମ୍ମା’ର ସୁଟିଂ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.8kmh
    84 %
    Sat
    28 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ