Sunday, March 29, 2026
39.1 C
Odisha

    ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି, ନବୀନ ନିବାସରେ ପିଏସି ବୈଠକରେ ଏହି ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଆଜି ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି-ପିଏସି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହାକୁ ନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା ।

    ବୈଠକରେ ୬ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଧାନ ସଂଗ୍ରହରେ ସମସ୍ୟା, ରାଜ୍ୟରେ ଆଇନ ଶୃଙ୍ଖଳା ଅବନତି ସହ ମହିଳା ଓ ଶିଶୁ ନିର୍ଯାତନା, ଯୁବବର୍ଗଙ୍କୁ ଚାକିରି ନାଁରେ ପ୍ରତାରଣା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ମହନଦୀ ପ୍ରସଙ୍ଗ, ସାଧାରଣ ନିର୍ବାଚନ ସମୟରେ ବିଜେପି ଦେଇଥିବା ୨୨ ମୁଖ୍ୟ ପ୍ରତିଶ୍ରୁତି ଭଳି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏସବୁକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ବିଜେଡିର ରାଜନୈତିକ ବ୍ୟାପାର କମିଟି ସଦ୍ୟ ସଂଜୟ ଦାସ ବର୍ମା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ