Tuesday, February 17, 2026
15.1 C
Odisha

    ବିମାନବନ୍ଦରରୁ ୭ କୋଟିର ଗଞ୍ଜେଇ ଜବତ ମାମଲା, କେରଳର ଅଭିଯୁକ୍ତକୁ କାବୁ କଲା DRI

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିମାନବନ୍ଦରରୁ ୭ କୋଟିର ଗଞ୍ଜେଇ ଜବତ ଘଟଣା । ଗଞ୍ଜେଇ ଲିଙ୍କରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ । କେରଳର ଅଭିଯୁକ୍ତକୁ କାବୁ କଲା DRI । ଗଞ୍ଜେଇ ନେବାକୁ ଅପେକ୍ଷା କରିଥିବା ବେଳେ ହାଣ୍ଡେଲର ଗିରଫ । ବିମାନବନ୍ଦର ପାଖ ଏକ ହୋଟେଲରୁ ଗିରଫ । ହୋଟେଲରେ ସମ୍ପୃକ୍ତ ଯୁବକ ଓ ତାଙ୍କ ବାନ୍ଧବୀଙ୍କ ସହ କପଲ ଭାବେ ରହୁଥିଲେ‌ ।

    ହୋଟେଲରୁ ସମ୍ପୃକ୍ତ ଯୁବକକୁ ଗିରଫ ସହ ବାନ୍ଧବିଙ୍କୁ ମଧ୍ୟ ଜେରା କରୁଛି DRI ଟିମ୍ । ଗିରଫ ପରେ ଉଭୟଙ୍କ ଠାରୁ ଦୁଇଟି ମୋବାଇଲ ସିଜ କରାଯାଇଛି । ଗତକାଲି ଧରାପଡ଼ିଥିବା ମୁମ୍ବାଇର ଅଭିଯୁକ୍ତ ସହ ଲଗାତାର ଭାବେ ଯୋଗାଯୋଗରେ ଥିଲେ । ଗତକାଲି ୬ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ବିମାନବନ୍ଦରୁ ଜବତ ହୋଇଥିଲା ।

    ବ୍ୟାଙ୍କକରୁ ଫ୍ଲାଇଟ ଯୋଗେ ଗଞ୍ଜେଇ ଆଣୁଥିବା ବେଳେ ମୁମ୍ବାଇ ଯୁବକ ଧରାପଡିଥିଲା । ହେଲେ ସେହି ମୁମ୍ବାଇର ଯୁବକଠୁ ମାରିଜୁଆନା ନେବା ପାଇଁ ବିମାନବନ୍ଦର ନିକଟ ହୋଟେଲରେ ଅପେକ୍ଷା କରିଥିଲା କେରଳର ଯୁବକ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ କୋଟି ଟଙ୍କା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    89 %
    0.8kmh
    0 %
    Tue
    32 °
    Wed
    33 °
    Thu
    35 °
    Fri
    36 °
    Sat
    36 °

    ସମ୍ବନ୍ଧିତ