Saturday, September 21, 2024
24.6 C
Odisha

    ବିମାନ ଯାତ୍ରା ସମୟରେ କାହିଁକି ମଦ୍ୟପାନ କରିବା ଉଚିତ ନୁହେଁ

    ଆଗକୁ ପଢନ୍ତୁ

    ବିମାନ ଯୋଗେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ଦୂର ସ୍ଥାନକୁ ଯିବା ପାଇଁ ଖୁବ କମ ସମୟ ଲାଗିଥାଏ l ତେଣୁ ଲୋକେ ବିମାନ ଯାତ୍ରା କରିବାକୁ ପସନ୍ଦ କରିଥାଆନ୍ତି l କିଛି ଲୋକଙ୍କ ବିମାନ ଯାତ୍ରା ସମୟ ରେ ମଦ୍ୟପାନ କରିବାର ସଉକ ରହିଥାଏ, କିନ୍ତୁ ଏହାକୁ ଏୟାର ଲାଇନ୍ସ ପକ୍ଷରୁ ବାରଣ କରାଯାଇଥାଏ l କେବଳ ମଦ୍ୟପାନ ନୁହେଁ ଧୁମ୍ରପାନକୁ ମଧ୍ୟ ବାରଣ କରାଯାଇଥାଏ। ବିମାନ ଯାତ୍ରା ସମୟ ରେ ମଦ୍ୟପାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ l ବିମାନ ରେ ଏୟାର ପ୍ରେସର କମିଯାଇଥାଏ। ମଦ୍ୟପାନ କରି ଶୋଇବା ଦ୍ୱାରା ଅକ୍ସିଜେନ ସ୍ତର ମଧ୍ୟ ହ୍ରାସ ହୋଇଥାଏ l ଏପରି ସ୍ଥିତିରେ ହାର୍ଟବିଟ ଖୁବ ଅଧିକ ବୃଦ୍ଧି ହୋଇଥାଏ l ଯାହାକି ଜୀବନ ପ୍ରତି ବିପଦ ର କାରଣ ଅଟେ l

    ବିଶେଷ ଭାବରେ ବୟସ୍କ ଲୋକ, ହାର୍ଟ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ , ବିମାନ ଯାତ୍ରା ସମୟରେ ମଦ୍ୟପାନ କରିବା ଉଚିତ ନୁହେଁ, କାରଣ ଏଭଳି ରୋଗୀ ମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ l କାହିଁକି ନା ବିମାନ ଭୂମି ପୃଷ୍ଠରୁ ଉର୍ଧ୍ଵ ରେ ଥାଏ ଏବଂ ଏହି ସମୟ ରେ ଅକ୍ସିଜେନ ସ୍ତର ଖୁବ କମ ରହିଥାଏ l

    ମାତ୍ର ଅଧିକାଂଶ ବିମାନରେ ବିମାନଯାତ୍ରୀଙ୍କ ପାଇଁ ମଦ ପରସା ଯାଇଥାଏ, କିନ୍ତୁ ଏହିସବୁ ମଦ ଶରୀର ପାଇଁ ଠିକ ନୁହେଁ l ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    87 %
    0.9kmh
    85 %
    Fri
    25 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ