Monday, March 30, 2026
27.4 C
Odisha

    ବିଳମ୍ବିତ ରାତିରେ ୩ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ୧୦ଭରିରୁ ଅଧିକ ସୁନା

    ଆଗକୁ ପଢନ୍ତୁ

    କେଉଁଝର :  ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ମଠସାହିରେ ବିଳମ୍ବିତ ରାତି ୧୨.୩୦ ରୁ ୧ ଟା ମଧ୍ୟରେ ୩ ଟି ପରିବାରରୁ ଦୁର୍ବୃତ୍ତମାନେ ଘରେ ପଶି କଳାକନା ବୁଲାଇଛନ୍ତି। ଗାଁର ନରେନ୍ଦ୍ର କୁମାର ବାରିକଙ୍କ ଘରୁ ୬ ଭରିରୁ ଉର୍ଦ୍ଧ୍ୱ ସୁନା ସହ ନଗଦ ୫୦,୦୦୦ ଟଙ୍କା, ଗୟାଧର ବାରିକଙ୍କ ଘରୁ ୨ ଭରିରୁ ଉର୍ଦ୍ଧ୍ୱ ସୁନା ସହ ୨୦ ଭରି ରୁପା ନଗଦ ୨୦,୦୦୦ଟଙ୍କା ଓ ବାପୁନ ପାତ୍ରଙ୍କ ଘରୁ ଏକ କାନଫୁଲ ସହିତ ୪୦, ୦୦୦ ଟଙ୍କା ସହ, ଥାଳି, ତସଲା, ବେଲା ନେଇଯାଇଛନ୍ତି। ୩ ଜଣକ ଘରୁ ପାଖାପାଖି ୧୦ଭରିରୁ ଉର୍ଦ୍ଧ୍ୱ ସୁନା, ୨୦ ଭରି ରୁପା ଅଳଙ୍କାର ଲୁଟିବା ସହିତ ଏକ ଲକ୍ଷ ରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଚୋରି କରି ନେଇଯାଇଛନ୍ତି। ଖବର ପାଇ ପୋଲିସ ତ୍ୱରିତ ପଦକ୍ଷେପ ନେବା ସହିତ ଗ୍ରାମର ଯୁବକ ମାନଙ୍କ ସହଯୋଗରେ ଚୋରିରେ ବ୍ୟବହୃତ ଗୋଟିଏ ବାଇକ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣକୁ ଅଟକ ରଖାଯାଇଥିବା ବେଳେ ଅନ୍ୟ କିଛି ଦୁର୍ବୃତ୍ତ ନିକଟସ୍ଥ ଜଙ୍ଗଲ କୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ