Sunday, October 18, 2026
23.2 C
Odisha

    ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ ବାରିକଙ୍କ ଅକାଳ ବିୟୋଗ

    ଆଗକୁ ପଢନ୍ତୁ

    ଗଞ୍ଜାମ  :  ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ବାରିକ (ମିଟୁ ସାର )ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ବିୟୋଗ ଘଟିଛି । ଗତକାଲି ମଲାଡ଼ ଗ୍ରାମରେ ନାଟକର ନାଟ୍ୟ ଅଭ୍ୟାସ ସାରି ରାତି ୧୧ରେ ଘରକୁ ଫେରିଥିଲେ । ଖିଆ ପିଆ ସାରିବା ପରେ ହଠାତ୍‌ ଅସୁସ୍ଥତା ଅନୁଭବ କରିବା ପରେ ସେହି ଗ୍ରାମର ବିଭୁତି ପଲାଇ ଓଁ କାହ୍ନା ବାରିକ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ ସ୍ବର୍ଗତ ବାରିକିଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକମାନେ ବାସଭବନରେ ଭିଡ଼ ଯାଇଥିଲେ । ସେ ସମାଜ ସେବାରେ ନିୟୋଜିତ ଥିଲେ। ସାହିତ୍ୟ-ସଂସ୍କୃତିରେ ସଦା ସଚେତନ ମାଷ୍ଟର ପଙ୍କଜ କୁମାର ବାରିକି (ମିଟୁ ସାର)ଙ୍କ ଅକାଳ ବିୟୋଗର ଖବର ଅତ୍ୟନ୍ତ ଦୁଃଖ ଖବର ବୋଲି ମତ ପ୍ରକାଶ ପାଇଛି। ତାଙ୍କ ଜୀବନରେ ଆଇନୀ ପେସାରେ ନିଷ୍ଠା, ନାଟ୍ୟ ଜଗତରେ ନବୀନତା, ଏବଂ ସମାଜରେ ସହାୟତା ଭାବନାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର କଳାନୁରାଗ, ସମାଜ ପ୍ରତି ଦାୟିତ୍ୱବୋଧ ଏବଂ ସାହାଯ୍ୟମୂଳକ ସ୍ବଭାବ ସଦା ସ୍ମରଣୀୟ ରହିବ ବୋଲି ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ କହିଛନ୍ତି । ସ୍ବର୍ଗତ ବାରିକିଙ୍କ ଅଭାବ ସ୍ଥାନୀୟ ସାହିତ୍ୟ-ସଂସ୍କୃତିକ, ନାଟ୍ୟଜଗତ ସହିତ ସାମାଜିକ କ୍ଷେତ୍ରରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିବ ବୋଲି ମଞ୍ଚ ଉପଦେଷ୍ଟା ଉମାକାନ୍ତ ବେହେରା ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ