Sunday, November 8, 2026
17.7 C
Odisha

    ବିଶାଖାପାଟନାମ ଷ୍ଟେସନରେ କୋରବା ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ବିଶାଖାପାଟଣା : ବିଶାଖାପାଟନାମ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଧୁ ଧୁ ହୋଇ ଜଳିଥିଲା କୋରବା ଏକ୍ସପ୍ରେସର ୩ଟି ବଗି । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଷ୍ଟେସନ ଧୁଆଁମୟ ହୋଇଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ ।ରେଳବାଇ ଅଧିକାରୀଙ୍କ କହିବାନୁଯାୟୀ ତିରୁମାଲା ଅଭିମୁଖେ ଯାତ୍ରା କରୁଥିଲା କୋରବା ଏକ୍ସପ୍ରେସ । ଟ୍ରେନଟି ବିଶାଖାପାଟନାମ ରେଳ ଷ୍ଟେସନର ପ୍ଲାଟଫର୍ମ ୪ରେ ଛିଡ଼ା ହୋଇଥିଲା । ହଠାତ ବଗିରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡ ପ୍ରଥମେ ବି-୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ହୋଇଥିଲା । ବି-୭ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବି-୬ ଓ ଏମ୍ ୧ ବଗି ଆଂଶିକ ଜଳି ଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.7 ° C
    17.7 °
    17.7 °
    70 %
    1.3kmh
    5 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    25 °

    ସମ୍ବନ୍ଧିତ