Friday, March 13, 2026
28 C
Odisha

    ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ ।  ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି ।  ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ ।  ଡେଡ୍ ଲାଇନ୍ ଅବଧି ମଧ୍ୟରେ କାର୍ଯ୍ୟ ସାରିବାକୁ  ନିର୍ଦ୍ଦେଶ  ଦେଇଛନ୍ତି ଜିଲ୍ଲାପାଳ ।

    ଏହା ସହ ପୂର୍ବ ବର୍ଷର ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ରହିଛି ।  ରଥଯାତ୍ରା ସମୟରେ ପୁରୀକୁ ସ୍ବଛ ଓ ସୁନ୍ଦର ରଖିବା ସମସ୍ତଙ୍କ ସାମୁହିକ ଦାୟିତ୍ୱ ।  ସବୁ ବିଭାଗ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସେବା ମନୋଭାବ ନେଇ ଅନୂପାଳନ ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।  ବୈଠକରେ ଏସପି ପ୍ରତୀକ ସିଂହଙ୍କ ସବୁ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ