Friday, April 3, 2026
36.1 C
Odisha

    ବିଷାକ୍ତ ସାପ କାମୁଡ଼ାରେ ଦୁଇ ମୃତ

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତର ଦୁଇଟି ଗ୍ରାମରେ ଜଣେ ଯୁବକକୁ ଓ ଜଣେ ନାବାଳିକା ଝିଅକୁ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ କଟୁରୀଧୁଆ ଗ୍ରାମର ଶୁକଦେବ ଓରାମଙ୍କ ନାବାଳିକା ଝିଅ ରଶ୍ମି ଓରାମ (୧୨)ତଳେ ଶୋଇଥିବାବେଳେ କୌଣସି ଏକ ବିଷାକ୍ତ ସାପ ବେକ ପାଖରେ କାମୁଡ଼ି ଦେଇଥିଲା। ଫଳରେ ପାଖରେ ଶୋଇଥିବା ବାପାମାଆଙ୍କୁ ଝିଅ କହିଲା ମୋତେ କଣ ଗୋଟେ ବେକାରେ କାମୁଡି ଦେଇଛି।ଫଳରେ ଝିଅ ଗୁରୁତର ହେବାରୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସେହିପରି ନରେନ୍ଦ୍ର ପଞ୍ଚାୟତ ବଡପଡା ଗ୍ରାମର ଅଜିତ ଓରାମ (୪୨)ରାତିରେ ଘରୁ ବାହାରକୁ ପରିସ୍ରା କରିବା ପାଇଁ ଯାଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ ଗୋଡରେ କାମୁଡି ଦେବା ପରେ ସେ ଗୁରୁତର ହୋଇପଡିଥିଲେ।

    ଫଳରେ ପରିବାର ଲୋକେ ଉଦ୍ଧାର କରି ବଣାଇଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ବଣାଇଁ ପୋଲିସ ଖବର ପାଇ ବଣାଇଁ ଡାକ୍ତରଖାନାରେ ପହଞ୍ଚି ମୃତ୍ୟୁ ହୋଇଥିବା ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ