Monday, March 16, 2026
35.9 C
Odisha

    ବିସିସିଆଇ ନମନ ଆୱାର୍ଡ : ଶୁବମନ ଗିଲ ଏବଂ ସ୍ମୃତି ମନ୍ଧାନା ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବେ ସମ୍ମାନିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିସିସିଆଇ ନମନ ପୁରସ୍କାର ୨୦୨୬ ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୧୫ ତାରିଖରେ ନୂଆ ଦିଲ୍ଲୀରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚଳିତ ଥର ପୁରୁଷ କ୍ରିକେଟରେ ଗିଲଙ୍କୁ ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଆୱାର୍ଡ ମିଳିଛି । ଶୁବମନଙ୍କୁ ପ୍ରତିଷ୍ଠିତ ପଲି ଉମରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ମହିଳା କ୍ରିକେଟ୍ରେ ସ୍ମୃତି ମନ୍ଧାନାଙ୍କୁ ବିସିସିଆଇର ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବରେ ସମ୍ମାନିତ କରାଯାଇଛି ।

    ଏହାକୁ ମିଶାଇ ଗିଲଙ୍କୁ ଦ୍ୱିତୀୟ ଥର ପାଇଁ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ମିଳିଛି । ଏହା ପୂର୍ବରୁ ୨୦୨୩ରେ ଭାରତ ପାଇଁ ଜବରଦସ୍ତ ବ୍ୟାଟିଂ କରି ଗିଲ୍ ଏହି ପୁରସ୍କାର ପାଇଥିଲେ । ସେତେବେଳେ ସେ ଓପନିଂ ବ୍ୟାଟର ଭାବେ ୨୯ଟି ଦିନିକିଆ ମ୍ୟାଚରେ ୬୩.୩୬ ହାରାହାରି ଏବଂ ୧୦୫.୪୫ ଷ୍ଟ୍ରାଇକ୍ ରେଟରେ ୧,୫୮୪ ରନ ସଂଗ୍ରହ କରିଥିଲେ ।

    ଗିଲ୍ ଟିମ୍ ଇଣ୍ଡିଆ ୨୦୨୫ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ବିଶେଷକରି ଟେଷ୍ଟ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା । ଭାରତର ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜୟ ଅଭିଯାନରେ ମଧ୍ୟ ଗିଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

    ତେବେ ୨୦୨୬ ବହୁତ ଖରାପ ରହିଛି । ଟି୨୦ ଟିମର ଉପ ଅଧିନାୟକ ଥିଲେ ଶୁବମନ ଗିଲ । କିନ୍ତୁ ଫର୍ମ ଖରାପ ଯୋଗୁଁ ତାଙ୍କୁ ଟି୨୦ ଟିମରୁ କେବଳ ଡ୍ରପ ନୁହେଁ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ