Thursday, July 3, 2025
23.6 C
Odisha

ବୃଦ୍ଧାପଣକୁ ଦୂରେଇବାକୁ ଚାହୁଁଛନ୍ତି କି ?ତେବେ ଖାଆନ୍ତୁ ଏହି ତିନୋଟି ଜିନିଷ

ଆଗକୁ ପଢନ୍ତୁ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଭଲପାଏ । ତେଣୁ ବର୍ତ୍ତମାନ ସମୟରେ ନିଜ ଚେହେରାକୁ ସମସ୍ତେ ଗୁରୁତ୍ବ ଦେଇଥାନ୍ତି । ସବୁବେଳେ ସୁନ୍ଦରତାକୁ ବଢାଇବା ପାଇଁ ଧ୍ୟାନ ରଖିଥାନ୍ତି । ନିଜକୁ ସୁନ୍ଦର କରି ରଖିବା ପାଇଁ ଦୈନନ୍ଦୀନ ଜୀବନରେ କେତେ କ‘ଣ କରିଥାନ୍ତି । କିଏ ଖାଇବାରେ ଡାଏଟ କରୁଛନ୍ତି ତ ଆଉ କେହି କେହି ଜିମରେ ଆଡମିଶନ ନେଉଛନ୍ତି ତ ଆଉ ପୁଣି କେହି ଘରୋଇ ରିମେଡି ଏବଂ ପାର୍ଲରରେ ଯାଇ ସୌନ୍ଦର୍ଯ୍ୟକୁ ବଢାଇବାରେ ଚେଷ୍ଟା କରନ୍ତି । ନିଜକୁ ବୃଦ୍ଧାପଣଠାରୁ ଦୂରରେ ରହିବାକୁ ଚାଁହୁଛନ୍ତି କି? ଆମେ ଏଠାରେ ଏପରି ଖାଦ୍ୟ ସମ୍ପର୍କରେ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ ତ୍ବଚାକୁ ଯୁବା ଏବଂ ସୁନ୍ଦର ରଖିପାରିବ । ତେବେ ଆସନ୍ତୁ ସେହି ସୁପରଫୁଡ୍ ସମ୍ପର୍କରେ ଜାଣିବା ।

ବ୍ରୋକୋଲି : ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ । ଏଥିରେ ପୋଷକ ତତ୍ତ୍ବ ଥିବାରୁ ଚର୍ମରେ ଭାଙ୍ଗ ନଆଣିବାରେ ସାହାଯ୍ୟ କରିଥାଏ । ବ୍ରୋକୋଲି UVଠାରୁ ରକ୍ଷା କରିଥାଏ । ବ୍ରୋକୋଲିରେ ଭିଟାମିନ ଏ, ଜିଙ୍କ୍ ଏବଂ ସଲଫୋରାଫେନ ଥିବାରୁ ଯାହା ବୟସ ବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ ।

ମାଛ : ମାଛରେ ମିନେରାଲ୍ସ, ଫ୍ୟାଟି ଏସିଡର ଗୁଣ ଥିବାରୁ ଦେହ ଫୁଲାକୁ କମାଇବାରେ ସହାୟକ ହୋଇଥାଏ । ଏଥିରେ ଓମେଗା ୩ ଥିବା ହେତୁ କୋଲେଜନ ଉତ୍ପାଦକୁ ବୃଦ୍ଧି କରିଥାଏ ବୋଲି ଜଣାଯାଏ । ଏଥିରେ ଥିବା ପୋଷକ ତତ୍ତ୍ବ ଥିବାରୁ ଆମ ଚର୍ମକୁ କୋମଳ ଏବଂ ଟାଇଟ ରଖିଥାଏ ।

ଟମାଟର : ଡମାଟରରେ ଲାଇକୋପିନ ନାମକ ଆଣ୍ଟିଏକ୍ସିଡେଣ୍ଟର ମାତ୍ରା ଭରପୁର ହୋଇ ରହିଥାଏ । ଯାହା ଦ୍ବାରା ଆମ ସ୍କିନକୁ ଚିକ୍କଣ କରିବା ସହ କୋମଳ ରଖିଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ଟମାଟର ଆମ ସ୍କିନକୁ ଟାଇଟ କରି ରଖିଥାଏ । ତେଣୁ ଟମାଟର ଖାଇବା ବେଶ୍ ଲାଭପ୍ରଦ ହୋଇଥାଏ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
23.6 ° C
23.6 °
23.6 °
94 %
1.2kmh
100 %
Thu
25 °
Fri
29 °
Sat
31 °
Sun
30 °
Mon
25 °

ସମ୍ବନ୍ଧିତ