Wednesday, November 25, 2026
24.4 C
Odisha

    ବେଆଇନ ବାଣ ଗୋଦାମରେ ପୋଲିସର ଚଢ଼ାଉ, ବିପୁଳ ପରିମାଣର ବାଣ ଜବତ

    ଆଗକୁ ପଢନ୍ତୁ

    କଣିହା : ଅନୁଗୁଳ ଜିଲ୍ଲା କଣିହା ଅଞ୍ଚଳରେ ଥିବା ଏକ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ। ଏହି ଚଢ଼ାଉରେ ବିପୁଳ ପରିମାଣର ବାଣ ଜବତ ହୋଇଥିବା ବେଳେ ବାଣ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।

    ସୂଚନା ଅନୁସାରେ, କଣିହା ଅନ୍ତର୍ଗତ ବିଜିଗୋଳ ଗାଁରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ଅନୁଗୁଳ ସ୍ପେଶାଲ ସ୍କ୍ୱାର୍ଡ ଓ ଏନଟିପିସି ପୋଲିସର ଏକ ମିଳିତ ଟିମ୍ ସମ୍ପୃକ୍ତ ଗୋଦାମ ଉପରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରିଥିଲା ପୋଲିସ । ଏହାସହ ବାଣ ବିକ୍ରିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ବେଆଇନ ବାଣ କାରବାରର ଚେର ଖୋଜିବାକୁ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    73 %
    1.7kmh
    8 %
    Wed
    22 °
    Thu
    26 °
    Fri
    26 °
    Sat
    25 °
    Sun
    25 °

    ସମ୍ବନ୍ଧିତ