Thursday, November 5, 2026
23.9 C
Odisha

    ଫୁଟବଲ୍ ମୟ ହେବ ରାଉରକେଲା, ଆଜିଠୁ ଆରମ୍ଭ ହେବ ଇଣ୍ଡିଆନ୍ ଫୁଟବଲ୍ ଲିଗ୍

    ଆଗକୁ ପଢନ୍ତୁ

    ରାଉରକେଲା : ଫୁଟବଲ ରଙ୍ଗରେ ରଙ୍ଗେଇ ହେବ ରାଉରକେଲା ସହର । ଆଜିଠାରୁ ଆୟୋଜନ ହେବାକୁ ଯାଉଛି ଇଣ୍ଡିଆନ ଫୁଟବଲ ଲିଗ । ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି । ସମ୍ବଲପୁରୀ ସମଲେଶ୍ବରୀ ସ୍ପୋର୍ଟିଂ ସହ ଡେମ୍ପୋ କ୍ଲବ ମଧ୍ୟରେ ହେବ ମ୍ୟାଚ । ରାଜ୍ୟ ସରକାର ଏବଂ ଅଲ ଇଣ୍ଡିଆ ଫୁଟବଲ ଫେଡରେସନ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି । ରାଉରକେଲାକୁ ହୋମ ଗ୍ରାଉଣ୍ଡ ଭାବରେ ଚୟନ କରିଛି ସମଲେଶ୍ବରୀ ସ୍ପୋର୍ଟିଂ । ପ୍ରଥମ ଥର ଲାଗି ଏହି ସର୍ବଭାରତୀୟ ଟୁର୍ଣ୍ଣାମେଂଟ ରେ ଭାଗ ନେଇଛି ସମଲେଶ୍ବରୀ ସ୍ପୋର୍ଟିଂ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୧ ଟିମ ଭାଗ ନେଉଥିବା ବେଳେ ସାରା ଭାରତର ବିଭିନ୍ନ ସ୍ଥାନରେ ଏହି ମ୍ୟାଚ ଆୟୋଜିତ ହେବ ।

    ସମଲେଶ୍ବରୀ ସ୍ପୋର୍ଟିଂ, ଡେମ୍ପୋ ଗୋଆ, ରାଜସ୍ଥାନ ୟୁନାଇଟେଡ଼,ନାଗଲାଣ୍ଡ ୟୁନାଇଟେଡ଼,ବେଙ୍ଗଲୁରୁ ୟୁନାଇଟେଡ଼,ରିୟଲ କାଶ୍ମୀର, ଗୋକୁଳମ କେରଳା, ମହୋମଦାନ ସ୍ପୋର୍ଟିଂ,ଚନମାରି ସହ ଶ୍ରୀନିଧି ଡେକାନ ସହ ସିଲଂ କ୍ଲବ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଆସନ୍ତା କାଲି ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏ ଚାଲିବ । ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବ ସେ ସିଧାସଳଖ ଇଣ୍ଡିଆନ ସୁପର ଲିଗ ଟୁର୍ଣ୍ଣାମେଂଟ ରେ ଖେଳିବାର ସୁଯୋଗ ପାଇବ । ଏହି ସର୍ବଭାରତୀୟ ଇଣ୍ଡିଆନ ଫୁଟବଲ ଲିଗରେ ଦେଶର ବିଭିନ୍ନ କୋଣ ଅନୁକୋଣ ସହ ବିଦେଶରୁ ମରୋକ୍କୋ, ଘାନା,USA ,ଆର୍ଜେଣ୍ଟିନା ସହ ଫ୍ରାନ୍ସ, ସ୍ପେନ ସହ ଇଂଲଣ୍ଡର ଖେଳାଳି ଏଥିରେ ଭାଗ ନେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    87 %
    1.1kmh
    92 %
    Thu
    27 °
    Fri
    27 °
    Sat
    27 °
    Sun
    26 °
    Mon
    27 °

    ସମ୍ବନ୍ଧିତ