Monday, September 14, 2026
24.7 C
Odisha

    ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ ଜମିରେ ଆଶ୍ରମ ନିର୍ମାଣ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା। ଜିଲାପାଳ କହିଛନ୍ତି ଯେ, ବୈକୁଣ୍ଠଧାମ ଆଶ୍ରମ ବେଆଇନ ଭାବେ ନିର୍ମାଣ ହୋଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଘଟଣାର ତଦନ୍ତ ପାଇଁ ଭୁବନେଶ୍ବର ଉପଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ଟିମ୍‌ ସହ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ତେବେ ଏହା ରାଜସ୍ବ ଅଥବା ଜିଏ ଡିପାର୍ଟମେଣ୍ଟର ଯାଞ୍ଚ ପରେ ମାମଲା ସ୍ପଷ୍ଟ ହେବ ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷେ କୁନି ବାବାଙ୍କ ପିତା କାଶୀନାଥ ମିଶ୍ର ଗଣମାଧ୍ୟମ ଆଗରେ ମୁହିଁ ଖୋଲିଛନ୍ତି, ମୋ’ ପୁଅ ଠାକୁର ବୋଲି ମୁଁ କେବେ କହି ନାହିଁ କି ପ୍ରଚାର କରି ନାହିଁ। କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରି ଜାଣିଶୁଣି ବଦନାମ କରୁଛନ୍ତି। ଫଟୋରେ କୌଣସି ଭୁଲ ନାହିଁ। ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଇଛି। ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ମୁଁ ସାରା ବିଶ୍ୱରେ କାମ କରୁଛି। ତେଣୁ ସବୁ ଘଟଣାର ତଦନ୍ତ ହେଲେ ଭଲ ହେବ ବୋଲି କହିଛନ୍ତି କାଶୀନାଥ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ