Wednesday, October 7, 2026
31.4 C
Odisha

    ବ୍ରଜରାଜନଗରରେ ଅଖିମୁଠି ଅନୁକୂଳ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଝାରସୁଗୁଡ଼ାର ବ୍ରଜରାଜନଗର ପଞ୍ଚଗାଁରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

    ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟକ୍ରମ ସାରି ସେ ପଞ୍ଚଗାଁରେ ପହଞ୍ଚିଥିଲେ । ସେଠାରେ ସେ ଓଡ଼ିଆ ପରମ୍ପରା ଓ ବିଧି ମୁତାବକ ବିଲରେ ଅକ୍ଷିମୁଠି ଅନୁକୁଳ କରିଥିଲେ। ମୁଣ୍ଡରେ ପଗଡି ବାନ୍ଧି ଖାଲି ପାଦରେ ବିଲରେ ପହଞ୍ଚି ମାଟି ମା’କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମାଟିକୁ ମୁଣ୍ଡିଆ ମାରି ବିଲରେ ବିହନ ବୁଣିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଆ ରୀତି ଓ ପରମ୍ପରା ଅନୁଯାୟୀ ବିଲରେ ବୁଣିଛନ୍ତି ଧାନ ବିହନ। ଏହି ଅବସରରେ ସାଥିରେ ସାମିଲ ଥିଲେ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତି ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର। ଏ ବର୍ଷ ଭଲ ଫସଲ ଉତ୍ପାଦନ ହେଉ ବୋଲି ମାଟି ମା’ଙ୍କୁ ପ୍ରାର୍ଥନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ