Saturday, April 27, 2024
31.8 C
Odisha

    ବ୍ରେଡ଼ ଖାଇଲେ ହୋଇପାରେ କ୍ୟାନ୍ସର! ହୋଇଯାଆନ୍ତୁ ସାବଧାନ୍

    ଆଗକୁ ପଢନ୍ତୁ

    ସକାଳ ଜଳଖିଆରେ ବ୍ରେଡ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଯଦି ଆପଣ ବି ବ୍ରେଡ ଖାଇବା ପାଇଁ ଭଲ ପାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ୍ । କାଣ ବ୍ରେଡ ଖାଇବା କ୍ୟାନ୍ସର ଭଳି ରୋଗର କାରଣ ହୋଇପାରେ । ଏ ନେଇ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ବ୍ରେଡ ଖାଇବା ଦ୍ୱାରା କୋଲୋରେକ୍ଟଲ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହାବ୍ୟତୀତ ଅଲକହଲ ସେବନ ମଧ୍ୟ ଏହି ରୋଗର ମୁଖ୍ୟ କାରଣ ହୋଇପାରେ ବୋଲି ରିସର୍ଚ୍ଚରୁ ଜାଣିବାକୁ ମିଳିଛି ।
    ଜର୍ନଲ ଅଫ୍ ନ୍ୟୁଟ୍ରିଏଣ୍ଟସରେ ପ୍ରକାଶିତ ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଧଳା ବ୍ରେଡ ଏବଂ ମଦ୍ୟପାନ କରିବା ଦ୍ୱାରା କୋଲୋରେକ୍ଟଲ କ୍ୟାନ୍ସର ହେବାର ଆଶଙ୍କା ଖୁବ ବୃଦ୍ଧି ପାଇଥାଏ । ଏହି ରୋଗ ଶରୀରର ଅନ୍ତନଳୀ ଏବଂ ମଳଦ୍ୱାରର ଶେଷ ଭାଗରେ ହୋଇଥାଏ । ତେବେ କୋଲୋରେକ୍ଟଲକୁ ବଢିବା ପାଇଁ ଅଧିକ ସମୟ ଲାଗିଥାଏ । ତେଣୁ ପ୍ରାରମ୍ଭିକ ସମୟରେ ଏହାକୁ ଚିହ୍ନଟ କରାଗଲେ ରୋଗର ଉଚିତ୍ ଚିକିତ୍ସା କରାଯାଇପାରିବ । ଚୀନର ଝୋଜିଆଙ୍ଗ ବିଶ୍ୱବିଦ୍ୟାଳୟ ଚିକିତ୍ସା ସ୍କୁଲର ଅନୁସନ୍ଧାନକାରୀମାନେ ୟୁକେ ବାୟୋ ବ୍ୟାଙ୍କର ସହଯୋଗରେ ଏହି ରିସର୍ଚ୍ଚ କରିଛନ୍ତି । ଏଥିରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ଦୈନନ୍ଦିନ ଆମେ କାଉଥିବା ୧୩୯ ପ୍ରକାରର ଖାଦ୍ୟ ପ୍ରଦାର୍ଥ ଏବଂ ଏଥିରେ ଅବସ୍ଥିତ ପୋଷକ ତତ୍ତ୍ୱର ଯାଞ୍ଚ ହୋଇଥିଲା । ଏଥିରୁ ଜଣାଯାଇଛି ଯେ, ଧଳା ବ୍ରେଡ ଏବଂ ଆଲକହଲ ସେବନ କରୁଥିବା ଲୋକମାନଙ୍କ ଶରୀରରେ ପ୍ରାୟ ୧୩ ବର୍ଷରେ ୧୪୬୬ କୋଲୋରେକ୍ଟଲ କ୍ୟାନ୍ସର ମାମଲା ଚିହ୍ନଟ କରାଯାଇଛି । ରିସର୍ଚ୍ଚରୁ ଜଣାଯାଇଛି ଯେ, ହ୍ୱାଇଟ ବ୍ରେଡରେ କାର୍ସନାଜେନ୍ କମ୍ପାଉଣ୍ଡ ମିଳିଥାଏ । ୧.୧୮ ଲକ୍ଷ ଲୋକଙ୍କ ଉପରେ ଏହି ଅଧ୍ୟୟନ ହୋଇଥିବା ବେଳେ ହ୍ୱାଇଟ ବ୍ରେଡ ଏବଂ ଆଲକହଲ ଅଧିକ ସେବନ କରିଥିବା ଲୋକଙ୍କ ଦେହରେ ଏହି ରୋଗର ଆଶଙ୍କା ଅଧିକ ମାତ୍ରାରେ ମିଳିଛି । ତେବେ ବିଶେଷ କରି ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କ ଶରୀରରେ ଏହି ରୋଗ ଅଧିକ ମାତ୍ରାରେ ଚିହ୍ନଟ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.8 ° C
    31.8 °
    31.8 °
    30 %
    1.9kmh
    27 %
    Sat
    33 °
    Sun
    43 °
    Mon
    44 °
    Tue
    44 °
    Wed
    45 °

    ସମ୍ବନ୍ଧିତ