Friday, January 9, 2026
14.6 C
Odisha

    ଭତ୍ତା ଅପେକ୍ଷାରେ ଭିନ୍ନକ୍ଷମ ରସ

    ଆଗକୁ ପଢନ୍ତୁ

    ତୁରେକେଲା: ସରକାର ଭିନ୍ନକ୍ଷମଙ୍କ ପାଇଁ କାହିଁ କେତେ ଯୋଜନା କରିଛନ୍ତି, ହେଲେ ବାସ୍ତବରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ଅଧୀନ ବେହେରେନସିଲେଟ ଗାଁର ରସ ମାଝୀ(୬୦) ଅନେକ ବର୍ଷତଳେ ଏକ ଦୁର୍ଘଟଣାର ଶିକାର ହେବାପରଠାରୁ ଭିନ୍ନକ୍ଷମ ଭାବେ ଜୀବନ ବିତାଉଛନ୍ତି । କିଛିଦିନହେବ ତାଙ୍କ ଆଖିକୁ ମଧ୍ୟ ଭଲ ଦେଖାଯାଉନାହିଁ । ଭତ୍ତା ପାଇଁ ସେ ପଞ୍ଚାୟତରୁ ବ୍ଲକ୍ କାର୍ଯ୍ୟାଳୟକୁ ବାରମ୍ୱାର ଦୌଡୁଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁନାହାଁନ୍ତି । ସରକାର ଯେତେ ଯୋଜନା କଳେ ମଧ୍ୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଭିନ୍ନକ୍ଷମ ବୃଦ୍ଧା ରସ ମାଝୀ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏନେଇ ତୁରେକେଲା ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କର ପ୍ରତିକ୍ରିୟା ମିଳିନାହିଁ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ନଜର ଦେଇ ଭିନ୍ନକ୍ଷମଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.6 ° C
    14.6 °
    14.6 °
    24 %
    1.8kmh
    93 %
    Fri
    14 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ