ଭଦ୍ରକ : ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଭଦ୍ରକ ଧୂଷୁରୀ ଥାନା ପଛାଲୋ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରରୁ ଚିନ୍ତାମଣିଙ୍କ ଗୁହାଳରେ ନିଆଁଲାଗି ଘରକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡରେ କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ଘରର ସବୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି ।
ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରଲୋକ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

