Sunday, October 18, 2026
24.8 C
Odisha

    ଭାରତରେ ତିଆରି ହେବ ଷ୍ଟିଲ୍‌ଥ ଯୁଦ୍ଧ ବିମାନ ଇଞ୍ଜିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତରେ ତିଆରି ହେବ ଷ୍ଟିଲ୍‌ଥ ଯୁଦ୍ଧ ବିମାନର ଇଞ୍ଜିନ। ଏ ନେଇ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖୁବଶୀଘ୍ର ଏକ ପ୍ରତିରକ୍ଷା ଚୁକ୍ତି ହେବାକୁ ଯାଉଛି। ପ୍ରାୟ ୬୧ ହଜାର କୋଟି ଟଙ୍କା ବିନିମୟରେ ଫ୍ରାନ୍ସ ସହିତ ୧୨୦ କିଲୋନ୍ୟୁଟନ(କେଏନ) ଜେଟ୍‌ ଇଞ୍ଜିନ ବିକଶିତ କରିବାକୁ ଯୋଜନା ରହିଛି। ଏହି ଇଞ୍ଜିନ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ଏବଂ ଭବିଷ୍ୟତର ଅନ୍ୟାନ୍ୟ ଯୁଦ୍ଧ ବିମାନ ପାଇଁ ତିଆରି ହେବ। ଏଏମସିଏ ଭାରତର ପଞ୍ଚମ ପିଢ଼ିର ଷ୍ଟିଲ୍‌ଥ ବା ଗୁପ୍ତ ଯୁଦ୍ଧ ବିମାନ। ଯାହାକୁ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ) ଦ୍ଵାରା ଡିଜାଇନ ଏବଂ ବିକଶିତ କରଯାଉଛି। ଏହି ଯୁଦ୍ଧ ବିମାନ ଶତ୍ରୁପକ୍ଷର ରାଡାରରେ ଆସିବ ନାହିଁ। ସେହିପରି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ଦ୍ଵାରା ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର(ଆଇଏମଆରଏଚ) ନିର୍ମାଣ କରାଯାଉଛି।

    ଭାରତ ନିଜର ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ପାଇଁ ଇଞ୍ଜିନ ତିଆରି କରିବାରେ ଆତ୍ମନିର୍ଭର ହେବାକୁ ଚାହୁଁଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଇଞ୍ଜିନ ବିଦେଶରୁ ମଗାଯାଉଛି। ଫ୍ରାନ୍ସ ସହିତ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନର ବାଟ ବାହାର କରାଯାଉଛି। ଉଭୟ ଦେଶ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏବଂ ଆଇଏମଆରଏଚ ପାଇଁ ଶକ୍ତିଶାଳୀ ଇଞ୍ଜିନ ନିର୍ମାଣ କରିବାର ଯୋଜନା କରୁଛନ୍ତି। ତେଣୁ ଦୁଇ ଦେଶ ମଧ୍ୟରେ ଏକ ବଡ଼ ପ୍ରକଳ୍ପର ଚୁକ୍ତି ହେବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ