Friday, April 3, 2026
33.6 C
Odisha

    ଭାରତର ଜବରଦସ୍ତ ବିଜୟ: ପାକିସ୍ତାନକୁ ହରାଇଲେ ଅଭିଷେକ-ଶୁବମନ

    ଆଗକୁ ପଢନ୍ତୁ

    ଦୁବାଇ: ଚଳିତ ଏସିଆ କପ୍‌ରେ ଭାରତ ପୁଣି ଥରେ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ସୁପର୍‌-୪ ମୁକାବିଲାରେ ବିଜୟ ସହ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ନିଜ ପ୍ରାଧାନ୍ୟକୁ ଅବ୍ୟାହତ ରଖିଛି। ଭାରତ ସମ୍ମୁଖରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ। ଏକାଧିକ କ୍ୟାଚ୍‌ ଛାଡ଼ି ନିନ୍ଦିତ ହୋଇଥିବା ଅଭିଷେକ ଶର୍ମା (୩୯ ବଲ୍‌ରୁ ୭୪ ରନ୍, ୬ ଚୌକା, ୫ ଛକା) ଏବଂ ଶୁବମନ ଗିଲ୍ (୨୮ ବଲ୍‌ରୁ ୪୭ ରନ୍, ୮ ଚୌକା) ପ୍ରଥମ ୱିକେଟ୍ ପାଇଁ ୯.୫ ଓଭରରେ ୧୦୫ ରନ୍ ସଂଗ୍ରହ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଶେଷକୁ ତିଳକ ବର୍ମା (୧୯ ବଲ୍‌ରୁ ୩୦* ରନ୍, ୨ ଚୌକା, ୨ ଛକା) ଭାରତକୁ ୭ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ସାହିନ ଶାହ ଆଫ୍ରିଦିଙ୍କୁ ଛକା ଓ ଚୌକା ମାରି ତିଳକ ବର୍ମା ମଧ୍ୟ ଷ୍ଟାଇଲ୍‌ରେ ମ୍ୟାଚ୍‌ ଶେଷ କରିଥିଲେ।ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପାକିସ୍ତାନକୁ ଡାକିଥିଲା। ଗ୍ରୁପ୍ ମ୍ୟାଚ୍ ପରାଜୟ ଏବଂ କରମର୍ଦ୍ଦନ ପ୍ରତ୍ୟାଖ୍ୟାନରେ ଜର୍ଜରିତ ପାକିସ୍ତାନକୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ ଏହା ପଛରେ ଥିଲା ଭାରତର ଏକାଧିକ କ୍ୟାଚ୍‌ ହାତଛଡ଼ା। ସାହିବଜାଦା ଫରହାନ୍‌ଙ୍କୁ ଦୁଇ ଥର ଜୀବନଦାନ ଦେଇଥିଲେ ଅଭିଷେକ ଶର୍ମା। ସାହିବଜାଦା ବ୍ୟକ୍ତିଗତ ଭାବେ ୨ ଓ ୩୨ ରନ୍‌ରେ ଥିବାବେଳେ ଅଭିଷେକ ଏହି ଦୁଇଟି କ୍ୟାଚ୍‌ ଛାଡ଼ିଥିଲେ। କୁଲଦୀପ ଯାଦବ ଓ ଶୁବମନ ଗିଲ୍‌ ମଧ୍ୟ ଗୋଟିଏ ଲେଖାଏଁ କ୍ୟାଚ୍‌ ଛାଡ଼ି ବୁମ୍‌ରାଙ୍କ ନିରାଶାଭରା ଦିନକୁ ରୋକିପାରି ନଥିଲେ। ବୁମ୍‌ରା ପାୱାର ପ୍ଲେ ଭିତରେ ୩ ଓଭର ବୋଲିଂ କରି ୱିକେଟ୍‌ଶୂନ୍ୟ ରହିଥିଲେ। ୧୯ତମ ଓଭରରେ ୧୧ ରନ୍ ବ୍ୟୟ କରି ଶେଷକୁ ୪-୦-୪୫-୦ର ମହଙ୍ଗା ବୋଲିଂ ଚିତ୍ର ପାଇଥିଲେ। ପାକିସ୍ତାନ କିନ୍ତୁ ପ୍ରଥମ ପାୱାର ପ୍ଲେ’ ୬ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୫୫ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲା। ୧୦ ଓଭର ବେଳକୁ ପାକିସ୍ତାନ ୯୧/୧ରେ ଥିଲେ ମଧ୍ୟ ଏହା ପରେ ରନ୍‌ ହାରକୁ ଆଶା ମୁତାବକ ବଢ଼ାଇପାରି ନଥିଲା।

    ମଧ୍ୟମଗତି ବୋଲର ଶିବମ ଦୁବେ ତାଙ୍କ ୩ ଓଭର ପ୍ରଥମ ସ୍ପେଲ୍‌ରେ ୨ ୱିକେଟ୍ (ସାହିବଜାଦା ଫରହାନ୍‌ ଓ ସୈମ ଆୟୁବ) ଅକ୍ତିଆର କରିବା ସହ ମାତ୍ର ୧୬ ରନ୍ ବ୍ୟୟ କରି ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶେଷ ୩ ଓଭରରେ ପାକିସ୍ତାନ ମାତ୍ର ୪୨ ରନ୍ ଯୋଡ଼ିବାରୁ ଦଳ ୧୭୧ ରନ୍‌ରେ ପହଞ୍ଚି ପାରିଥିଲା। ମଧ୍ୟଓଭରଗୁଡ଼ିକରେ କୁଲଦୀପ ଯାଦବ (୪-୦-୩୧-୧) ଓ ବରୁଣ ଚକ୍ରବର୍ତ୍ତୀ (୪-୦-୨୫-୦) ପାକିସ୍ତାନକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଓପନର୍‌ ସାହିବଜାଦା ଫରହାନ୍ (୪୫ ବଲ୍‌ରୁ ୫୮ ରନ୍‌) ଏବଂ ପ୍ରଥମ ସୁଯୋଗ ପାଇଥିବା ଫହିମ ଅସ୍ରଫ୍ (୮ ବଲ୍‌ରୁ ୨୦* ରନ୍‌) କାରଣରୁ ପାକିସ୍ତାନ ସମ୍ମାନଜନକ ସ୍କୋର୍‌ କରିଥିଲା।

    ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୭୧/୫ (ସାହିବଜାଦା ଫରହାନ୍‌-୫୮, ସୈମ ଆୟୁବ-୨୧, ମହମ୍ମଦ ନୱାଜ-୨୧, ଫହିମ୍‌ ଅସ୍ରଫ୍-୨୦*, ସଲମାନ୍ ଆଗା-୧୭*, ଶିବମ ଦୁବେ-୨/୩୩, ହାର୍ଦିକ ପାଣ୍ଡ୍ୟା-୧/୨୯, କୁଲଦୀପ ଯାଦବ-୧/୩୧, ଯଶପ୍ରୀତ୍ ବୁମ୍‌ରା-୦/୪୫)। ଭାରତ ୧୮.୫ ଓଭରରେ ୧୭୪/୪ (ଅଭିଷେକ ଶର୍ମା-୭୪, ଶୁବମନ ଗିଲ୍‌-୪୭, ତିଳକ ବର୍ମା-୩୦*, ହାରିସ ରୌଫ-୨/୨୬, ଫହିମ୍ ଅସ୍ରଫ-୧/୨୧, ଅବ୍ରାର ଅହମ୍ମଦ-୧/୪୨)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ