ଜମ୍ମୁ କାଶ୍ମୀର : ଭାରତୀୟ ସେନା, ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସଙ୍କ ଦ୍ବାରା ହୋଇଥିବା ମିଳିତ ଅପରେସନରେ ସୁରକ୍ଷା ବାହିନୀ କାଠୁଆ ଜିଲ୍ଲାରେ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ଏନକାଉଣ୍ଟର ପରେ ମଧ୍ୟ ଏକ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ (ଜେଇଏମ) ସହିତ ଜଡିତ ବୋଲି ପୋଲିସ କହିଛି । ବିଶେଷ ସୂଚନା ମିଳିବା ମାତ୍ରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀକୁ ଚିହ୍ନଟ କରିବା ପରେ ସୁରକ୍ଷା ବାହିନୀ ସେହି ଆତଙ୍କବାଦୀକୁ ଏନକାଉଣ୍ଟର କରିଥିବା କୁହାଯାଉଛି ।
ସୂଚନାନୁଯାୟୀ, ଗୁରୁବାରଦିନ ସକାଳେ ଚାଟରୁର ସିଙ୍ଗପୁରା ନିକଟସ୍ଥ ଆରିଗାମ ଦ୍ଵାଥର ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଜଣେ ସୈନିକ ଆହତ ହୋଇଥିଲେ । ତାଙ୍କୁ ଉଧମପୁରର କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

