Sunday, October 18, 2026
29 C
Odisha

    ଅନୁପ୍ରବେଶ ଉଦ୍ୟମ ପଣ୍ଡ;୨ ଆତଙ୍କବାଦୀ ନିପାତ

    ଆଗକୁ ପଢନ୍ତୁ

    ଶ୍ରୀନଗର  : ଜାମ୍ମୁ ଏବଂ କାଶ୍ମୀରରେ ଶୀତ ଋତୁ ପୂର୍ବରୁ ସୀମାପାର ଆତଙ୍କବାଦୀ ଅନୁପ୍ରବେଶ ଘଟଣା ବଢ଼ିଥାଏ। ତେବେ ସୁରକ୍ଷା ବାହିନୀର ସତର୍କତା ଯୋଗୁଁଁ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାରେ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଏକ ସର୍ଚ୍ଚ ଅପରେସନ ସମୟରେ ଗତକାଲି ଦୁଇ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଣ୍ଟରରେ ନିପାତ କରିଛନ୍ତି।

    ସୂଚନାନୁଯାୟୀ କେରାନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ ଯବାନମାନେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ଭାରତୀୟ ଯବାନଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳିମାଡ଼ କରିଥିଲେ। ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଇନ୍ଦା ସୂଚନା ଅନୁଯାୟୀ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରାୟ ୫୦୦ ଆତଙ୍କବାଦୀ ଲଞ୍ଚପ୍ୟାଡରେ ଜାମ୍ମୁ-କାଶ୍ମୀରରେ ପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍ ବ୍ୟବହାର କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରେ। ଶୀତଦିନେ ଉଚ୍ଚା ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ପାରମ୍ପରିକ ଅନୁପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଏ। ତେଣୁ ତୁଷାରପାତ ପୂର୍ବରୁ ଆତଙ୍କବାଦୀମାନଙ୍କୁ ଭାରତୀୟ ସୀମା ଭିତରକୁ ପଠାଇବା ପାଇଁ ପ୍ରୟାସ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ