Thursday, February 19, 2026
32.8 C
Odisha

    ଭାରତ ପାଇଁ କ୍ରିକେଟ ଖେଳିବାକୁ ଚାହୁଁଥିଲେ ସଲିମ, ତେଣୁ ଡିଗ୍ରୀ ପରେ ବଦଳାଇଦେଇଥିଲେ କଲେଜ

    ଆଗକୁ ପଢନ୍ତୁ

    ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଲେଖକ ସଲିମ ଖାନଙ୍କୁ ସମସ୍ତେ ଜାଣନ୍ତି । ବଲିଉଡରେ ସଲିମ-ଜାଭେଦ ଯୋଡ଼ି ୭୦ ଦଶକରେ ବେଶ୍ ଜଣାଶୁଣା ଥିଲେ । ଯେତେବେଳେ ଅମିତାଭ ବଚ୍ଚନ ତାଙ୍କ କ୍ୟାରିଅରରେ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ, ସେମାନେ ତାଙ୍କ କ୍ୟାରିଅରର ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । ସେମାନଙ୍କର ସ୍ମରଣୀୟ ଫିଲ୍ମ ମଧ୍ୟରେ “ଦିୱାର,” “ଜଞ୍ଜିର,” ଏବଂ “ଡନ୍” ଭଳି ବ୍ଲକବଷ୍ଟର ଫିଲ୍ମ ରହିଛି । ତେବେ ଏବେ ସଲିମଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଅସ୍ତ୍ରୋପଚାର ହୋଇଛି, ଆଉ ସେ ବର୍ତ୍ତମାନ ଭେଣ୍ଟିଲିଟରରେ ରହିଛନ୍ତି ।

    ଛୋଟଟି ବେଳରୁ ସଲିମ ଖାନ ବହୁତ ଦୁଃଖ କଷ୍ଟରେ ଜୀବନ ବିତାଇଛନ୍ତି । ସଲିମ ଖାନ୍ ୭ ବର୍ଷର ହୋଇଥିବା ବେଳେ ଯକ୍ଷ୍ମା ରୋଗରେ ମା’ଙ୍କର ମୃତ୍ୟୁ ହୋଇଥିଲା । ଆଉ ଏହାର ୮ ବର୍ଷ ପରେ ବାପାଙ୍କୁ ହରାଇଲେ ସଲିମ । ୧୯୫୨ରେ ବାପାଙ୍କୁ ହରାଇବା ପରେ ସଲିମ ଖାନ ୧୦ମ ପରୀକ୍ଷା ଦେଇଥିଲେ । ସଲିମ ଖାନ୍ ତାଙ୍କ ୭ ଭାଇଭଉଣୀ ମଧ୍ୟରେ ସବୁଠାରୁ ସାନ ଥିଲେ । ବାପା ମା’ ଛେଉଣ୍ଡ ହୋଇ ମଧ୍ୟ ସଲିମ କେବେ ପଛକୁ ଚାହିଁନଥିଲେ ।
    ସଲିମ ଖାନ ଦଶମ ପାସ୍ କରିବା ପରେ ଇନ୍ଦୋରର ହୋଲକର କଲେଜରୁ ବିଏ ଡିଗ୍ରୀ ହାସଲ କରିଥିଲେ । ପାଠପଢୁଥିବା ବେଳେ ତାଙ୍କର ରୁଚି କ୍ରିକେଟ୍ ପ୍ରତି ରହିଥିଲା । ଆଉ ହୋଲକର କଲେଜରୁ ଡିଗ୍ରୀ ହାସଲ କରିବା ପରେ କଲେଜ ବଦଳାଇ ଦେଇଥିଲେ । ତାପରେ ଖ୍ରୀଷ୍ଟିଆନ୍ କଲେଜରେ ନାମ ଲେଖାଇଥିଲେ । ଭାରତ ପାଇଁ ସେ ଖେଳିବେ ବୋଲି ସ୍ବପ୍ନ ଦେଖି ଏହି କଲେଜରେ ଆଡମିଶନ କରିଥିଲେ ।

    ସଲିମ ଖାନ୍ ଜଣେ ତାଲିମପ୍ରାପ୍ତ ପାଇଲଟ୍ ମଧ୍ୟ ଥିଲେ । ଜାସିମ ଖାନଙ୍କ ପୁସ୍ତକ “ବିଇଂ ସଲମାନ” ଅନୁଯାୟୀ, ସଲିମଙ୍କର ୧୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି । ପାଇଲଟ ଶିକ୍ଷା କରିବା ପରେ ସଲିମ ମୁମ୍ବାଇରେ ପହଞ୍ଚି ଭିଣ୍ଟେଜ୍ କାର ବିକ୍ରି ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ । ଏତିକି ନୁହେଁ ସଲିମ ଖାନ କେବଳ ଜଣେ ଲେଖକ ନଥିଲେ ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଖାନ ପରିବାରର ପ୍ରଥମ ଅଭିନେତା ମଧ୍ୟ ଥିଲେ । ସେ ଅନେକ ବ୍ଲକବଷ୍ଟର ଫିଲ୍ମ ମଧ୍ୟ ଲେଖିଥିଲେ । ଏହାଛଡା ଅନେକ ଫିଲ୍ମରେ ଅଭିନେତା ଭାବେ ମଧ୍ୟ କାମ କରିଛନ୍ତି ସଲିମ । ଫିଲ୍ମ ‘ବରାତ୍, ପ୍ରଫେସର, ତିସରୀ ମନଜିଲ, ଦିୱାନା, ବଫାଦାର ଭଳି ଫିଲ୍ମରେ ଅଭିନେତା ଭାବେ କାମ କରିଛନ୍ତି । ସେହିପରି ୧୯୭୧ରେ ହାଥୀ ମେରେ ସାଥି ’ ଫିଲ୍ମ ତାଙ୍କୁ ଅନେକ ସଫଳତା ଦେଇଥିଲା । ୧୯୭୧ରୁ ୧୯୮୦ ମଧ୍ୟରେ ୨୪ ଫିଲ୍ମଟି ଲେଖିଥିଲେ, ଯେଉଁଥିରୁ ୨୦ଟି ଫିଲ୍ମ ବ୍ଲକବଷ୍ଟର ରହିଥିଲା ।

    ସଲିମ ଖାନ ଦୁଇଟି ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ନାମ ସୁଶୀଳା ଚରକ । ତାଙ୍କ ପ୍ରଥମ ପତ୍ନୀଙ୍କର ୪ଟି ସନ୍ତାନ ସଲମାନ ଖାନ, ଅରବାଜ ଖାନ, ସୋହେଲ ଖାନ ଏବଂ ଅଲଭିରା ଖାନ ଅଗ୍ନିହୋତ୍ରୀ ଥିଲେ । ଏହାପରେ ସେ ହେଲେନଙ୍କୁ ବିବାହ କରିଥିଲେ । ଦୁହେଁ ଏହାପରେ ଗୋଟିଏ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଯାହାଙ୍କ ନାମ ଅର୍ପିତା ଖାନ । ଅର୍ପିତା ଅଭିନେତା ଆୟୁଷ ଶର୍ମାଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ରହିଛି ।
    ତେବେ ବର୍ତ୍ତମାନ ସଲିମ ଖାନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅସ୍ତ୍ରୋପଚାର ହୋଇଛି । ଏବେ ଆଇସିୟୁରେ ରହିଛନ୍ତି ସଲିମ । ପରିବାର ସହିତ ତାଙ୍କ ଫ୍ୟାନ୍ସ ଭଗବାନଙ୍କ ନିକଟରେ ସଲିମଙ୍କ ଆରୋଗ୍ୟ କାମନା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.8 ° C
    32.8 °
    32.8 °
    20 %
    2.4kmh
    99 %
    Thu
    33 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ