Sunday, February 15, 2026
17 C
Odisha

    ଭାରତ-ପାକିସ୍ତାନ ଟି୨୦ ବିଶ୍ବକପ ମ୍ୟାଚ ପୂର୍ବରୁ ବିଜ୍ଞାପନ ମାର୍କେଟରେ ଜବରଦସ୍ତ ଉତ୍ସାହ, ୧୦ ସେକେଣ୍ଡ ଆଡ୍ ସ୍ଲଟ ପାଇଁ ୪୦ ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପ ୨୦୨୬ରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ଚର୍ଚ୍ଚା ଲାଗି ରହିଛି । ସମସ୍ତ କ୍ରିକେଟ ଫ୍ୟାନ୍ସ ଏହି ମହାବୁକାବିଲା ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । କଲମ୍ବୋରେ ହେବାକୁ ଥିବା ଏହି ହାଇ ଭୋଲଟେଜ ମ୍ୟାଚ ପୂର୍ବରୁ ଟିଭି ଭ୍ୟୁଅରସିପକୁ ନେଇ ଜବରଦସ୍ତ ଉତ୍ସାହ ରହିଛି । ଏହି ମ୍ୟାଚ ପାଇଁ ଅଧିକ ଦର୍ଶକ ଉତ୍ସାହିତ ରହିଥାନ୍ତି । ଯାହାର ସିଧା ଫାଇଦା ପ୍ରସାରଣକର୍ତ୍ତା ଏବଂ ବିଜ୍ଞାପନ କମ୍ପାନୀକୁ ମିଳିଥାଏ । କମ୍ପାନୀ ନିଜର ପ୍ରଡକ୍ଟ ବିଜ୍ଞାପନ ପାଇଁ ପ୍ରଥମରୁ ସ୍ଲଟ ବୁକ୍ କରିଥାଏ, ଯାହା ଅଧିକରୁ ଅଧିକ ଦର୍ଶକଙ୍କ ଯାଏଁ ପହଞ୍ଚିପାରିବ ।

    ଖବର ମୁତାବକ, ୧୦ ସେକେଣ୍ଡ ଟିଭି ବିଜ୍ଞାପନ ସ୍ଲଟର ଦାମ୍ ୩୦ ରୁ ୪୦ ଲକ୍ଷ ରହିଛି । ବିଶ୍ବକପରେ ଏହାର ଦାମ୍ ୨୦ ରୁ ୨୫ ଲକ୍ଷ ରହିଥାଏ । କିନ୍ତୁ ଭାରତ ପାକିସ୍ତାନ ମ୍ୟାଚ ପାଇଁ ଏହା ପାଖାପାଖି ୨୫ ପ୍ରତିଶତ ବଢିଛି । ଟର୍ଣ୍ଣାମେଣ୍ଟରୁ ପ୍ରସାରଣକର୍ତ୍ତା ଜିଓଷ୍ଟାରୁକ ପାଖାପାଖି ୨୦୦୦ କୋଟି ଟଙ୍କା ଆୟ ହେବ ବୋଲି ଅନୁମାନ କରାଯାଉଛି । ଭାରତ-ପାକିସ୍ତାନ ମ୍ୟାଚ କେବଳ ଖେଳ ପାଇଁ ବଡ ଇଭେଣ୍ଟ ନୁହେ, ବରଂ ବିଜ୍ଞାପନ ଏବଂ ବ୍ରାଣ୍ଡ ଭାଲ୍ୟୁ ପାଇଁ ମଧ୍ୟ ବଡ଼ ବ୍ୟବସାୟ ।

    କେବଳ ଟିଭି ନୁହେଁ ଟିଜିଟାଲ ଭ୍ୟୁଅରସିପରେ ମଧ୍ୟ କମ୍ପାନୀ ନିବେଶ କରୁଛି । ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଭ୍ୟୁଅରସିପ ପାଇଁ କୌଣସି ବ୍ରାଣ୍ଡ ସୁଯୋଗ ହାତଛଡା କରିବ ନାହିଁ । ଏହି ମ୍ୟାଚ ପାଇଁ ଅଟୋମୋବାଇଲ, ଏଫଏମସିଜି, ଫାଇନାନ୍ସିଆଲ ସର୍ଭିସେଜ ଏବଂ ରିଅଲ ଇଷ୍ଟେଟ ସେକ୍ଟର କମ୍ପାନୀ ମଦ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

    ତେବେ ଆସନ୍ତାକାଲି କଲମ୍ବୋରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍ । ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17 ° C
    17 °
    17 °
    44 %
    0.9kmh
    96 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    34 °

    ସମ୍ବନ୍ଧିତ