Saturday, April 4, 2026
38.1 C
Odisha

    ଭାରତ ସହିତ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିବା ପରେ ବିସିସିଆଇ ଦେଲା ପ୍ରତିକ୍ରିୟା, ଆଇସିସି ସହିତ କଥା ହେବା ପରେ କୌଣସି ନିଷ୍ପତ୍ତି ନିଆଯିବ

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପରେ ଭାରତ ସହିତ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିବା ପରେ ବିସିସିଆଇର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନର ପକ୍ଷକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଆଇସିସି ସହିତ କଥାବାର୍ତ୍ତା ହେବା ପରେ ବିସିସିଆଇ ଆଗକୁ ନିଷ୍ପତ୍ତି ନେବ ।

    ରାଜୀବ ଶୁକ୍ଲା କହିଛନ୍ତି, ଆଇସିସି ବୟାନ ଜାରି କରିଛି, ସେମାନେ ସ୍ପୋଟର୍ସମ୍ୟାନସିପ୍ ବିଷୟରେ କହିଛନ୍ତି । ଆମେ ଆଇସିସି ସହିତ ସଂପୂର୍ଣ୍ଣ ସହମତ । ଯେପର୍ଯ୍ୟନ୍ତ ଆମେ ଆଇସିସି ସହିତ କଥା ନ ହେଉଛୁ, ସେଯାଏଁ ବିସିସିଆଇ କୌଣସି କମେଣ୍ଟ କରିବ ନାହିଁ ।

    ପାକିସ୍ତାନ କ୍ରିକେଟ ଟିମ ଭାରତ ବିପକ୍ଷରେ ଆଗାମୀ ପୁରୁଷ ଟି୨୦ ବିଶ୍ବକପ ମ୍ୟାଚ୍ ଖେଳିବାକୁ ମନା କରିଛି । ଦୁଇ ଦେଶ ମଧ୍ୟରେ ଥିବା ମ୍ୟାଚ ୧୫ ଫେବ୍ଆରୀରେ କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଖେଳାଯିବାର ଥିଲା । କିନ୍ତୁ ପାକିସ୍ତାନ ସରକାର ଟିମ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ କିଛି ସର୍ତ୍ତକୁ ମଞ୍ଜୁରୀ ଦେଇଥିଲା ।

    ପାକିସ୍ତାନ ଟିମ୍ ଟି୨୦ ବିଶ୍ବକପ ୨୦୨୬ରେ ଭାରତ, ନାମ୍ବିଆ, ନେଦରଲାଣ୍ଡ, ଏବଂ ୟୁଏସଏ ସହିତ ଗ୍ରୁପ-ଏରେ ସାମିଲ ଥିଲା । ପାକିସ୍ତାନୀ ଟିମ ୭ ଫେ୍ବଆରୀରୁ କଲମ୍ବୋରେ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ । ବାଂଲାଦେଶ କ୍ରିକେଟ ବୋର୍ଡ ସୁରକ୍ଷା କାରଣ ଦର୍ଶାଇ ବିଶ୍ବକପ ଭାରତ ବାହାରେ ଖେଳିବା ପାଇଁ କହିବା ପରେ ଆଇସିସି ଆଗ୍ରହ୍ୟକୁ ମନା କରିଦେଇଥିଲା । ଏହାପରେ ଟି୨୦ ବିଶ୍ବକପ ଖେଳିବାକୁ ମନା କରିଥିଲା ବାଂଲାଦୋ । ତେଣୁ ବାଂଲାଦେଶ ସ୍ଥାନରେ ଗ୍ରୁପ-ସିରେ ସ୍କଟଲାଣ୍ଡକୁ ସାମିଲ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ