Saturday, April 11, 2026
37.2 C
Odisha

    ଭିନେଶଙ୍କୁ ପଦକ ମିଳିବା ନେଇ ଆଜି ରାତିରେ ହିଁ ଆସିବ ବଡ଼ ରାୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ନାହିଁ ସେ ନେଇ ଆଜି ଅର୍ଥାତ୍‌ ରବିବାର ରାତିରେ ତାହାର ରାୟ ଆସିବ। ୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶଙ୍କ ସ୍ବର୍ଣ୍ଣ ପଦକ ଜିତିବା ଆଶା ଧୂଳିସାତ୍‌ ହୋଇଯାଇଥିବା ବେଳେ ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। ତେବେ ଆଜି ହିଁ ବଡ଼ ନିଷ୍ପତ୍ତି ଆସିବ। ଭାରତୀୟ ସମୟ ରାତି ୯ଟା ୩୦ରେ ଏହି ଶୁଣାଣି ହେବ। ପ୍ୟାରିସ୍‌ ପଟୁ ୪ ଜଣ ଓକିଲ ଉପସ୍ଥିତ ରହିବାକୁ ଥିବା ବେଳେ ଭିନେଶଙ୍କ ଓକିଲ ହରିଶ ସାଲ୍‌ଭେ ଏବଂ ବିଧୂସ୍ପତ ସିଂହାନଆ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
    ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ କୁସ୍ତିରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରାଯାଉଥିଲା। ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଭିନେଶ ଇତିହାସ ସୃଷ୍ଟି କରିଥିଲେ। ମଙ୍ଗଳବାର ଭାରତୀୟ ତାରକା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ମ୍ୟାଚ ପୂର୍ବରୁ ତାଙ୍କର ମାତ୍ର ୧୦୦ ଗ୍ରାମ ଓଜନ ବଢି ଯାଇଥିଲା। ଫଳରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।
    ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଆବେଦନ ସତ୍ତ୍ୱେ ଭିନେଶଙ୍କ ଅଯୋଗ୍ୟତା ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲା।
    ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ ଗୁରୁବାର ଅବସର ଘୋଷଣା କରିଥିଲେ। ସେ ତାଙ୍କ ପୋଷ୍ଟ ରେ ଲେଖିଥିଲେ, ମୋ’ କୁସ୍ତି ମୋ’ଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ବପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ