Friday, January 23, 2026
16.2 C
Odisha

    ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହାସହ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି । ଚତୁର୍ଥ ଶନିବାର, ରବିବାର ଏବଂ ସୋମବାର ଦିନ ଗଣତନ୍ତ୍ର ଦିବସ । ​ ଆଗାମୀ ସାଧାରଣତନ୍ତ୍ର ଦିବସ ଏବଂ ସପ୍ତାହାନ୍ତର ଲଗାତାର ଛୁଟିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଏକ ଯାତ୍ରୀ ପରାମର୍ଶାବଳୀ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା ଆଶଙ୍କା ରହିଛି ।

    ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଥିବାରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ​ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଯାତ୍ରୀଙ୍କୁ ​ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି । ବିମାନବନ୍ଦରରେ ଭିଡ଼ ଏବଂ କଡ଼ା ଯାଞ୍ଚ ପ୍ରକ୍ରିୟା ପାଇଁ ଯାତ୍ରୀମାନେ ନିଜ ବିମାନ ଉଡ଼ାଣର ଯଥେଷ୍ଟ ସମୟ ପୂର୍ବରୁ ପହଞ୍ଚିବା ଆବଶ୍ୟକ ।

    ଏହାସହ ଚେକ୍-ଇନ୍ ଏବଂ ସୁରକ୍ଷା ଯାଞ୍ଚ ପାଇଁ ଅଧିକ ସମୟ ଲାଗିପାରେ, ତେଣୁ ଯାତ୍ରୀମାନେ ଧୈର୍ଯ୍ୟର ସହ ସହଯୋଗ କରିବାକୁ କୁହାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବିମାନବନ୍ଦରର ସୁରକ୍ଷା କର୍ମୀ ଓ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି ଯାତ୍ରୀଙ୍କ ଦିଆଯାଇଛି ପରାମର୍ଶ । ଯାତ୍ରୀମାନେ ନିଜ ବିମାନର ସମୟସୂଚୀ ସମ୍ପର୍କରେ ସଠିକ୍ ସୂଚନା ପାଇବା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସଂସ୍ଥା ସହ ଯୋଗାଯୋଗରେ ରହିବାକୁ ଅନୁରୋଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    75 %
    2.2kmh
    0 %
    Thu
    16 °
    Fri
    29 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ