Saturday, May 24, 2025
27.1 C
Odisha

    ଭୁଲରେ ବି ଏ ସବୁ ସହ ଖାଆନ୍ତୁ ନାହିଁ ମହୁ

    ଆଗକୁ ପଢନ୍ତୁ

    ମହୁ ଖାଇବା କାହାକୁ ବା ନାପସନ୍ଦ ? ଘରେ ଘରେ ଏହା ରହିଥିବା ବେଳେ ଅନେକ ରୋଗର ପ୍ରତିଶୋଧକ ସାଜିଥାଏ ମହୁ । ମହୁ ଖାଇବା ଲାଗି ପାଟିକୁ ଯେତିକି ମିଠା, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି ମହୁ କିଛି ଦ୍ରବ୍ୟ ସହ ସେବନ କରିବା ଦ୍ୱାରା ଜହର ପାଲଟିଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଭୁଲରେ ମଧ୍ୟ ମହୁ ସେବନ କରିବା ଉଚିତ ନୁହଁ ।

    ଗରମପାଣି : ସାଧାରଣତଃ ଲୋକ ଓଜନ କମ୍‌ କରିବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅଧିକ ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରେ ଗରମ ବଢ଼ିବା ସହ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ସହ ଭୁଲରେ ମଧ୍ୟ ମହୁ ସେବନ କରନ୍ତୁ ନାହିଁ ।

    ମୂଳା : କେବେ ମଧ୍ୟ ଭୁଲରେ ମହୁ ସହିତ ମୂଳା ସେବନ କରନ୍ତୁ ନାହିଁ । ଏହା ଦ୍ୱାରା ଶରୀରରେ ଟକ୍ସିନ୍‌ ବଢ଼ିବା ଆରମ୍ଭ ହୋଇଥାଏ, ଯାହା ଶରୀର ପାଇଁ ହାନିକାରକ ସାଜିଥାଏ । ମୂଳା ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ ମହୁ ଖାଇବା ଉଚିତ ।

    ଚା କିମ୍ବା କଫି : ଚା କିମ୍ବା କଫି ପରେ କେବେ ମଧ୍ୟ ମହୁ ଖାଇବା ଉଚିତ ନୁହଁ । ଏହା ଦ୍ୱାରା ଶରୀରର ତାପମାତ୍ରାରେ ପରିବର୍ତ୍ତନ ଘଟିଥାଏ। ଫଳରେ ମାନସିକ ଚାପ ବୃଦ୍ଧି ପାଇବା ସହ ଅସୁସ୍ଥ ଅନୁଭୂତ ହୋଇଥାଏ । ସାଧାରଣତଃ ଗରମ ପ୍ରଦାର୍ଥ ସହ ମହୁ ସେବନ ଜହର ସହ ସମାନ । ଏହା ଦ୍ୱାରା ଫୁଡ୍‌ ପଏଜନିଂ ହେବା ସହ ପେଟ ସହ ଜଡ଼ିତ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    74 %
    1.5kmh
    95 %
    Fri
    27 °
    Sat
    32 °
    Sun
    34 °
    Mon
    36 °
    Tue
    35 °

    ସମ୍ବନ୍ଧିତ