Monday, April 13, 2026
40.3 C
Odisha

    ଭେଣ୍ଟିଲେଟରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

    ଆଗକୁ ପଢନ୍ତୁ

    ଢାକା  :  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡିଥିବାରୁ ତାଙ୍କୁ ଗୁରୁବାର ରାତିରୁ ଭେଣ୍ଟିଲେଟରରେ ରଖାଯାଇଛି। ବେଗମ ଜିଆ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାବେଳେ ଶରୀରରେ ଅମ୍ଳଜାନ ମାତ୍ରା ହ୍ରାସ ପାଇବାରେ ଲାଗିଛି। ବେଗମ ଜିଆ ନଭେମ୍ବର ୨୩ରୁ ସ୍ଥାନୀୟ ଏଭରକେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ଫୁସ୍‌ଫୁସ୍‌ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ ସଂକ୍ରମଣ ହୋଇଥିବାରୁ ଡାକ୍ତରମାନେ ତାଙ୍କୁ ଇଲେକ୍ଟିଭ୍‌ ଭେଣ୍ଟିଲେଟର ସପୋର୍ଟରେ ରଖିଥିଲେ। ବେଗମ ଜିଆଙ୍କ କିଡ୍‌ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ତାଙ୍କର ଡାଏଲିସିସ୍‌ କରାଯାଉଛି। ଛାତି ଭାଲଭ୍‌ରେ ଅଧିକ ସଂକ୍ରମଣ ହୋଇଥିବାରୁ ଡାକ୍ତର ଟିଇଇ (ଟ୍ରାନ୍ସୋଇସୋଫଜିଲ ଇକୋ କାର୍ଡିଓଗ୍ରାମ) କରିଥିଲେ।

    ଏହାସତ୍ତ୍ବେ ବେଗମ ଜିଆଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉନାହିଁ। ଗତ ସପ୍ତାହରେ ତାଙ୍କୁ ଲଣ୍ଡନ ସ୍ଥାନାନ୍ତର କରିବାକୁ ବାଂଲାଦେଶ ସରକାର ଚିନ୍ତା କରିଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାର କରୋନାରୀ କେୟାର ୟୁନିଟରେ ରଖାଯାଇଛି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲେ, ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଲଣ୍ଡନ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରୀ ଦଳ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.3 ° C
    40.3 °
    40.3 °
    12 %
    4.5kmh
    0 %
    Mon
    41 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ