Friday, July 11, 2025
25.5 C
Odisha

    ମଝିଆ ଭାଇକୁ ହତ୍ୟା କଲା ବଡ଼ ଭାଇ

    ଆଗକୁ ପଢନ୍ତୁ

    ବାଲେଶ୍ୱର: ପାରିବାରିକ ବିବାଦ ନେଲା ଉଗ୍ରରୂପ । ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମଝିଆ ଭାଇକୁ ହତ୍ୟା କଲା ବଡ଼ ଭାଇ । ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ । ହଁ ଆଜ୍ଞା, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମାନକୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ମଝିଆ ଭାଇକୁ ବଡ଼ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ । ମୃତକ ଜଣକ ହେଉଛନ୍ତି ନିମାଇଁ ମଣ୍ଡଳ । ଗତକାଲି ରାତି ପ୍ରାୟ ୧୧ଟା ହୋଇଥାଏ । ମଝିଆ ଭାଇକୁ କୌଣସି କାମ ପାଇଁ ଡ଼ାକିନେଲେ ବଡ଼ ଭାଇ ।

    ହେଲେ ରାତିରେ ଆଉ ଘରକୁ ଫେରିନଥିଲେ ନିମାଇଁ । ଯାହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ନିମାଇଁଙ୍କୁ ପାଇନଥିଲେ । ଆଉ ସକାଳୁ ଉଠିଲା ବେଳକୁ ଶୁଣିବାକୁ ମିଳିଥିଲା ନିମାଇଁଙ୍କୁ ହତ୍ୟା କରାଯାଇଛି । ଆଉ ମୃତଦେହ ପଡିଛି ବଡ଼ ଭାଇର ଘର ଆଗରେ । ତେବେ ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହୋଇଥିଲା । ସତେବେଳେ ନିମାଇଁଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା ବଡ଼ ଭାଇ । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।

    ସୂଚନା ଅନୁଯାୟୀ, ନିମାଇଁ ମଣ୍ଡଳଙ୍କ ରକ୍ତାକ୍ତ ମୃତଦେହ ବଡ ଭାଇ ନିଆଶ ମଣ୍ଡଳଙ୍କ ଘର ଆଗରୁ ଉଦ୍ଧାର ହୋଇଛି । ଗତକାଲି ରାତି ୧୧ଟା ସମୟରେ ବଡ ଭାଇ ନିଆଶ ମଝିଆ ଭାଇ ନିମାଇଁକୁ ତାଙ୍କ ଘରକୁ ଯାଇ ତାଙ୍କୁ ଡାକି ନେଇଥିଲେ । କିନ୍ତୁ ନିମାଇଁ ଘରୁ ବାହାରି ଆସିବା ପରେ ଆଉ ଘରକୁ ଫେରି ନ ଥିଲେ । ସକାଳ ସମୟରେ ସ୍ଥାନୀୟ ଜଣେ ଲୋକେ ନିମାଇଁଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସେ ବି ପୁଣି ବଡ଼ ଭାଇ ଆଗରେ । ଯାହାପରେ ସ୍ଥାନୀୟ ଲୋକେ ତୁରନ୍ତ ଏକଥା ନିମାଇଁଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ ।

    ଆଉ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସ୍ୱାମୀଙ୍କ ମୃତଦେହ ଦେଖିଥିଲେ ପତ୍ନୀ । ଯାହାପରେ ସେ ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଗାଁରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟା କରାଯାଇଛି ଅନୁମାନ କରାଯାଉଛି । ଅନ୍ୟପଟେ ଘଟଣାର ମୁଖ୍ୟ ନିଆଶ ମଣ୍ଡଳ ମଧ୍ୟ ଫେରାର ଅଛନ୍ତି । ଯାହା ଫଳରେ ସେ ହିଁ ହତ୍ୟାକାରୀ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ । ତେବେ ତଦନ୍ତ ପରେ ହିଁ ପ୍ରକୃତ ସତାସତ୍ୟ ସାମ୍ନାକୁ ଆସିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    90 %
    2kmh
    76 %
    Fri
    25 °
    Sat
    32 °
    Sun
    32 °
    Mon
    28 °
    Tue
    32 °

    ସମ୍ବନ୍ଧିତ