Thursday, August 21, 2025
25.6 C
Odisha

    ମଝି ଆକାଶରେ ବିମାନରେ ତ୍ରୁଟି ଘଟଣା: ଟଳିଲା ବିପଦ, ବିମାନର ନିରାପଦ ଅବତରଣ

    ଆଗକୁ ପଢନ୍ତୁ

    ବିପଦ ଟଳିଲା, ନିରାପଦ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନବନ୍ଦରରେ ନିରାପଦ ଅବତରଣ ସୂଚନା। ହାଇଡ୍ରୋଲିକ୍ ସମସ୍ୟା ପାଇଁ ଜରୁରୀ ଅବତରଣ କରିଛି। ସୂଚନା ଅନୁଯାୟୀ, ସାରଜା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ତ୍ରୁଟି ଦେଖାଯାଇଥିଲା। ବିମାନର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା । ତାମିଲନାଡୁର ତ୍ରିଚି ସହର ଉପରେ ପାଖାପାଖି ଗତ ୨ ଘଣ୍ଟା ଧରି ଘୂରି ବୁଲିଥିଲା। ଇନ୍ଧନ ଶେଷ କରିବାକୁ ବିମାନଟି ଏପରି କରୁଥିଲା । ଫଳରେ ଲାଣ୍ଡିଂ ବେଳେ ଯେପରିକି ନିଆଁ ନ ଲାଗେ । ୧୪୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ତ୍ରିଚି ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ବିମାନର ଲାଣ୍ଡିଂ ଗିଅର କାମ କରୁ ନ ଥିବାରୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ବିମାନ ପ୍ରସ୍ତୁତ ହେଉଥିଲା। ଲାଣ୍ଡିଂ ଗିଅର କାମ ନ କଲେ ବିମାନର ବେଲିଂ ଲାଣ୍ଡିଂ କରାଯାଇଥାଏ । ଅର୍ଥାତ ଲାଣ୍ଡିଂ ବେଳେ ବିମାନର ବଡି ହିଁ ଭୂମି ସ୍ପର୍ଶ କରିବ । ତଳେ ନିଆଁ ଲାଗିବାର ଆଶଙ୍କା ଥିବାରୁ ୧୮ଟି ଦମକଳ ଗାଡ଼ିକୁ ପ୍ରସ୍ତୁତ ରଖାଯାଇଥିଲା। ତେବେ ଖବର ଅନୁଯାୟୀ ଉକ୍ତ ବିମାନଟି ସୁରକ୍ଷିତ ଲ୍ୟାଣ୍ଡି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.2kmh
    100 %
    Thu
    25 °
    Fri
    23 °
    Sat
    26 °
    Sun
    28 °
    Mon
    28 °

    ସମ୍ବନ୍ଧିତ