Tuesday, February 24, 2026
21.1 C
Odisha

    ମଣିଷର ଆୟୁଷ ବଢ଼ାଇଥାଏ କଳାଅଣ୍ଡା, ଜାଣନ୍ତୁ ମିଳେ କେଉଁଠି ?

    ଆଗକୁ ପଢନ୍ତୁ

    ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା ।

    ଜାପାନର ମାଉଣ୍ଟ ହୋକେନ୍‌ରେ ରହିଛି ଓବାକୁଦାନୀ ନାମକ ଏକ ବଏଲିଂ ସେଣ୍ଟର । ବହୁ ବର୍ଷ ପୂର୍ବେ ଏହି ସହରର କିଛି ଦୂରରେ ଆଗ୍ନେୟଗିରିରେ ଲାଭା ଉଦ୍‌ଗିରଣ ପରେ ବଦଳି ଯାଇଥିଲା ଆଖପାଖ ଅଞ୍ଚଳର ସ୍ଥିତି । ସେତେବେଳେ ଅଗ୍ନି ଉଦ୍‌ଗିରଣ ଯୋଗୁ ଛୋଟବଡ଼ ଉଷ୍ମ ପ୍ରସବଣ ଭଳି ପୁସ୍କରିଣୀ ସୃଷ୍ଟି ହୋଇଥିଲା । ତେବେ ଏଠାକାର ସ୍ଥାନୀୟ ଅଧିବାସୀମାନେ ଏହି ଫୁଟନ୍ତା ପାଣିରେ ସାଧାରଣ ଅଣ୍ଡାକୁ ସିଝାଇଥାନ୍ତି, ଯାହା ସିଝିଗଲେ କଳା ରଙ୍ଗରେ ପରିଣତ ହୋଇଯାଏ ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଶ୍ୱାସ ଅଛି ଯେ, ଏହି ପାଣିରେ ସିଝା ଯାଇଥିବା ଅଣ୍ଡାକୁ ଖାଇଲେ ଲୋକଙ୍କ ଆୟୁଷ ବଢିଯାଏ । ବାସ୍ତବରେ, ଏହି ପାଣିରେ ପ୍ରଚୁର ମାତ୍ରାରେ ସଲ୍ଫର ଭଳି କୃତ୍ରିମ ରାସାୟନିକ ପଦାର୍ଥ ଅଧିକ ମାତ୍ରାରେ ରହିଥାଏ । ଏହି ପାଣିରେ ଅଣ୍ଡା ଶିଝାଇଲେ ଅଣ୍ଡାର ଖୋଳପା କଳା ପଡ଼ିଯାଇଥାଏ । ଏହାସହିତ ଅଣ୍ଡାର ସ୍ୱାଦ ବି ବଦଳିଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.1 ° C
    21.1 °
    21.1 °
    42 %
    0.8kmh
    72 %
    Tue
    34 °
    Wed
    33 °
    Thu
    35 °
    Fri
    36 °
    Sat
    36 °

    ସମ୍ବନ୍ଧିତ