Saturday, March 14, 2026
23.2 C
Odisha

    ମଦ୍ୟପ ବାପାର ଛୁରି ମାଡ଼ରେ ପୁଅର ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ପୁଅକୁ ଛୁରି ଭୁସି ହତ୍ୟା କରିଛି ମଦ୍ୟପ ବାପା । ନିଶାସକ୍ତ ଅବସ୍ଥା​ରେ ନିଜ ନାବାଳକ ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ନରମା ଗ୍ରାମରେ । ଘଟଣା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି ।

    ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା । କୌଣସି କାରଣକୁ ନେଇ ସ୍ତ୍ରୀ ସହିତ ତା’ର ଝଗଡ଼ା ହୋଇଥିଲା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟ​‌ରେ ପାଟିତୁଣ୍ଡ ଚାଲିଥିବାବେଳେ ପୁଅ ପହଞ୍ଚି ବାପାକୁ ବିରୋଧ କରିଥିଲା । ଏହାକୁ ନେଇ ନିଶାସକ୍ତ ବାପା ପୁଅକୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି । ଥାନା​ରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଉଦ୍ୟମ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ