Wednesday, July 16, 2025
31.9 C
Odisha

    ମଦ୍ୟପ ବାପାର ଛୁରି ମାଡ଼ରେ ପୁଅର ମୃତ୍ୟୁ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ପୁଅକୁ ଛୁରି ଭୁସି ହତ୍ୟା କରିଛି ମଦ୍ୟପ ବାପା । ନିଶାସକ୍ତ ଅବସ୍ଥା​ରେ ନିଜ ନାବାଳକ ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ନରମା ଗ୍ରାମରେ । ଘଟଣା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି ।

    ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା । କୌଣସି କାରଣକୁ ନେଇ ସ୍ତ୍ରୀ ସହିତ ତା’ର ଝଗଡ଼ା ହୋଇଥିଲା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟ​‌ରେ ପାଟିତୁଣ୍ଡ ଚାଲିଥିବାବେଳେ ପୁଅ ପହଞ୍ଚି ବାପାକୁ ବିରୋଧ କରିଥିଲା । ଏହାକୁ ନେଇ ନିଶାସକ୍ତ ବାପା ପୁଅକୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି । ଥାନା​ରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଉଦ୍ୟମ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.9 ° C
    31.9 °
    31.9 °
    58 %
    1.6kmh
    100 %
    Wed
    32 °
    Thu
    33 °
    Fri
    33 °
    Sat
    30 °
    Sun
    31 °

    ସମ୍ବନ୍ଧିତ