ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ। ତେହେରାନ ଉପରେ ବର୍ଷୁଛି ମିସାଇଲ। ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି। ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ ଚାପ ବଢ଼ି ଚାଲିଛି । ଧ୍ବଂସ ହେଉଛି ଇରାନର ସାମରିକ ଶକ୍ତି । ଛାରଖାର ହେଉଛି ନୌସେନା । ନବମ ଦିନରେ ପହଞ୍ଚିଛି ଯୁଦ୍ଧ । ଘମାଘୋଟ ହେଉଛି ଆକ୍ରମଣ ପ୍ରତିଆକ୍ରମଣ । ଇରାନର ୪୪ଟି ଯୁଦ୍ଧ ଜାହାଜ ଧ୍ବଂସ ହୋଇଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଏୟାରଫୋର୍ସର ସମସ୍ତ ପ୍ଲେନ୍ ଏବଂ ପ୍ରାୟ ଅଧିକାଂଶ ମିସାଇଲକୁ ନଷ୍ଟ କରି ଦିଆଯାଇଥିବା ଦାବି କରିଛନ୍ତି ଟ୍ରମ୍ପ । ମିସାଇଲ କାରଖାନା ଉପରେ ମଧ୍ୟ ଭୟାନକ ମିସାଇଲ ମାଡ଼ ହୋଇଥିବା କହିଛନ୍ତି ଟ୍ରମ୍ପ । ଇରାନର ଡ୍ରୋନ୍ କ୍ଷମତା ମଧ୍ୟ ମାଟିରେ ମିଶି ଗଲାଣି । ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ଟ୍ରମ୍ପ କହିଛନ୍ତି ।
