Wednesday, April 8, 2026
22.9 C
Odisha

    ମସ୍କୋ ଆକ୍ରମଣ: ୯୩ ମୃତ, ୪ ଆକ୍ରମଣକାରୀଙ୍କ ସମେତ ୧୧ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୁଷିଆର ରାଜଧାନୀ ମସ୍କୋରେ ଏକ କନସର୍ଟ ହଲ୍ ଉପରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏହି ଆକ୍ରମଣରେ ଅତି କମରେ ୧୪୦ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଋଷର ସୁରକ୍ଷା ମୁଖ୍ୟ ରାଷ୍ଟ୍ରପତି ପୁଟିନଙ୍କୁ କହିଛନ୍ତି ଯେ ଏହି ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଅଟକ ରଖାଯାଇଛି। ସେଥିମଧ୍ୟରୁ ୪ଟି ଆକ୍ରମଣ ସହ ସିଧାସଳଖ ଜଡ଼ିତ। ଏହି ଆକ୍ରମଣ ପାଇଁ ଇସ୍ଲାମିକ ଷ୍ଟେଟ୍ ସଂଗଠନ ନିଜକୁ ଦାୟୀ କରିଛି। ଇସ୍ଲାମିକ୍ ଷ୍ଟେଟ୍ ମଧ୍ୟପ୍ରାଚ୍ୟର ଏକ ଉଗ୍ରବାଦୀ ସଙ୍ଗଠନ। ଏକଦା ଏହା ସିରିଆ ଓ ଇରାକ ମଧ୍ୟରେ ଥିବା ୩୪,୦୦୦ ବର୍ଗ ମାଇଲ ଅଞ୍ଚଳକୁ ନିୟନ୍ତ୍ରଣ କରିଥିଲା। ଇସ୍ଲାମିକ ଷ୍ଟେଟ୍ ର ଆକ୍ରମଣ ର ଏହି ଦାବି ବିଶ୍ୱାସଯୋଗ୍ୟ ମନେ ହେଉଛି ବୋଲି ଆମେରିକା କହିଛି। ଆମେରିକା ମଧ୍ୟ ଦାବି କରିଛି ଯେ ଦୁଇ ସପ୍ତାହ ତଳେ ରୁଷ୍ ସହ ଏଭଳି ଆକ୍ରମଣ ର ସମ୍ଭାବନା ବିଷୟରେ ଜଣାଇଥିଲା। ୨୦୧୯ରେ ଏହି ଗ୍ରୁପ୍ କୁ ପ୍ରାୟତଃ ହଟାଇ ଦିଆଯାଇଥିଲା। ତେବେ ଚଳିତ ବର୍ଷ ଫେବ୍ରୁଆରିରେ ଜାତିସଂଘ କହିଥିଲା ଯେ ଏହି ଗୋଷ୍ଠୀ ଆଫ୍ରିକାରେ ନିଜର ଉପସ୍ଥିତି ଜାହିର କରୁଛି ଏବଂ ଏହାର ମୁକାବିଲା ଏବେ ବି ଏକ ନିରାପତ୍ତା ଚ୍ୟାଲେଞ୍ଜ ହୋଇ ରହିଛି। ଗତବର୍ଷ ସୁଦ୍ଧା ସିରିଆ ଓ ଇରାକରେ ଥିବା ଇସ୍ଲାମିକ୍ ଷ୍ଟେଟ୍ ସଙ୍ଗଠନ ସହ ୬ରୁ ୧୦ ହଜାର ଲଢ଼ୁଆ ଙ୍କ ସଂପୃକ୍ତି ଥିଲା। ଗତ ୨୦ ବର୍ଷ ମଧ୍ୟରେ ରୁଷିଆରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ସବୁଠାରୁ ବଡ଼ ଆକ୍ରମଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ