Tuesday, September 29, 2026
28.1 C
Odisha

    ହୋଲି ରେ କେମିତି ନେବେ ତ୍ୱଚାର ଯତ୍ନ

    ଆଗକୁ ପଢନ୍ତୁ

    ଆସୁଛି ରଙ୍ଗର ପର୍ବ ହୋଲି। ସବୁଠି ଫଗୁ ଖେଳାଯିବ। ପର୍ବପର୍ବାଣୀ ପାଳନ କରିବା ଜରୁରୀ, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱାସ୍ଥ୍ୟର ଯତ୍ନ। ହୋଲି ଏବଂ ଦୀପାବଳି ଭଳି ପର୍ବରେ ସ୍ୱାସ୍ଥ୍ୟର ଯତ୍ନକୁ ଅଧିକ ଧ୍ୟାନ ଦିଆଯାଏ। କାରଣ ବଜାରରେ ମିଳୁଥିବା ହୋଲି ରଙ୍ଗରେ ରାସାୟନିକ ସାମଗ୍ରୀ ମିଶ୍ରଣ ହେଉଛି, ଯାହା ଆମ ନାକ, ପାଟି ଏବଂ ଚର୍ମ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ରଙ୍ଗର ଏହି ପର୍ବକୁ ସତର୍କତାର ସହ ପାଳନ କରିବା ଉଚିତ।

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହୋଲି ରଙ୍ଗରେ ମର୍କ୍ୟୁରି, ଲେଡ୍ ବା ସୀସା ଏବଂ କ୍ରୋମିୟମ୍ ମିଶ୍ରିତ ହୋଇଥାଏ। ଏଗୁଡିକ ଶ୍ୱାସକ୍ରିୟା ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ଯେପରିକି ଫୁସଫୁସ୍ ମାର୍ଗରେ ଅଟକି ଯାଇପାରେ, ଯେଉଁ କାରଣରୁ ବ୍ରୋଙ୍କାଇଟିସ୍, ଆସ୍ଥମା ଏବଂ ଆଲର୍ଜି ହୋଇପାରେ। ହୋଲି ଖେଳିବା ସମୟରେ ଅଧିକାଂଶ ଲୋକ ଥଣ୍ଡା ଏବଂ କାଶର ମଧ୍ୟ ଶିକାର ହୁଅନ୍ତି।

    ହୋଲି ରଙ୍ଗରେ ସୀସା ପରି ଭାରୀ ଧାତୁ ଥାଏ, ଯାହା ରକ୍ତକୁ କ୍ଷତି ପହଞ୍ଚାଇପାରେ। ରଙ୍ଗରେ ମିଶ୍ରିତ ହେଉଥିବା କ୍ରୋମିୟମ୍ ରସାୟନିକ ବ୍ରୋଙ୍କାଇଟିସ୍, ଆସ୍ଥମା ଏବଂ ଆଲର୍ଜି ସୃଷ୍ଟି କରିପାରେ, ଏହା ପିଲାମାନଙ୍କ ପାଇଁ ବିପଦଜନକ। ମର୍କ୍ୟୁରି କିଡନୀ, ଯକୃତ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ସିନ୍ଥେଟିକ୍ ରଙ୍ଗ ଚର୍ମ ପାଇଁ କ୍ଷତିକାରକ।

    କିପରି ନେବେ ତ୍ୱଚାର ଯତ୍ନ

    ସର୍ବପ୍ରଥମେ, ଅତ୍ୟଧିକ ରଙ୍ଗୀନ ଏବଂ ଉଜ୍ଜ୍ୱଳ ରଙ୍ଗ କିଣିବାଠାରୁ ଦୂରେଇ ରୁହନ୍ତୁ। ଏଥିରେ ଅଧିକ ରସାୟନିକ ମିଶ୍ରିତ ହୋଇଥାଏ। ଫୁଲ ଏବଂ ହଳଦୀରୁ ନିର୍ମିତ ପ୍ରାକୃତିକ ରଙ୍ଗ କିଣନ୍ତୁ। ଯଦି ଆସ୍ଥମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ପୀଡିତ, ତେବେ ହୋଲି ଖେଳିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ। ମାସ୍କ କିମ୍ବା ସ୍କାର୍ଫ ପିନ୍ଧନ୍ତୁ। ନାକ ଏବଂ ପାଟି ଦେଇ ଯେପରି ରଙ୍ଗ କଣିକା ନିଶ୍ୱାସରେ ନଯାଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମଦ୍ୟପାନ ଏବଂ ଭାଙ୍ଗ ଭଳି ନିଶାଦ୍ରବ୍ୟଠୁ ଦୂରେଇ ରୁହନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ