ପୁରୀ : ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ମହାପ୍ରଭୁ ବର୍ଷସାରା ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ । ଶ୍ରୀଜଗନ୍ନାଥଙ୍କ ଚେତନା ଓ ଚିନ୍ତନ କାର୍ଯ୍ୟକ୍ରମରେ ବିଭ୍ରାଟ ହେଉଥିବା କହି ନିଜର ଉଦେବଗ ଜଣାଇଛନ୍ତି ଗଜପତି । ମହାପ୍ରଭୁ ବର୍ଷସାରା ଶ୍ରୀମନ୍ଦିର ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ସେ କହିଛନ୍ତି ଯେ, ସେମାନେ ଜାଣି ନାହାନ୍ତି ଏହା କେତେ ବ୍ୟତିକ୍ରମ । ଆମେ ଯଦି ନିଜକୁ ମହାପ୍ରଭୁଙ୍କ ଭକ୍ତ ବୋଲି କହୁଛେ ତାହଲେ ମହାପ୍ରଭୁଙ୍କ ଆଦେଶ ପାଳନ କରିବ ଉଚିତ ବୋଲି କହିଛନ୍ତି ଗଜପତି । ଅଷାଢ ମାସ ଶୁକ୍ଲପକ୍ଷ ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ନବାଦୀନାତ୍ମକ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମହାପ୍ରଭୁଙ୍କ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ ମହାପ୍ରଭୁଙ୍କର ଆଉ କାହାର ନୁହେଁ । ମହର୍ଷି ବେଦବ୍ୟାସ ଯାହା ଲେଖିଛନ୍ତି ତାହା ପାଳନ କରିବ ଆବଶ୍ୟକ ବୋଲି ଗଜପତି କହିଛନ୍ତି । ମହାପ୍ରଭୁଙ୍କ ଆଦେଶ ନଥିଲେ ଆମେ କାଢି ପାରନ୍ତେ ନାହିଁ ।
ଗଜପତି ଆହୁରି କହିଛନ୍ତି ବର୍ଷକୁ ଦୁଇଥର ବାହାରକୁ ଆସିବାକୁ ମହାପ୍ରଭୁଙ୍କ ନିର୍ଦ୍ଦେଶ ରହିଛି । ଆମେ ବର୍ଷସାରା ମହାପ୍ରଭୁଙ୍କୁ ବାହାରକୁ ଆଣିପାରିବା ନାହିଁ ।

