Friday, January 10, 2025
14.8 C
Odisha

    ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ହଲଚଲ: ହତ୍ୟା ମାମଲାରେ ଛନ୍ଦି ହଲେ ସରକାର

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ହଲଚଲ ହେଲାଣି । କୁହାଯାଉଛି କି, ମହାରାଷ୍ଟ୍ର ସରକାର ଏବେ ଗୋଟିଏ ହତ୍ୟା ମାମଲାରେ ଛନ୍ଦି ହୋଇଯାଇଛି । ଆଉ ଏହି ମାମଲାରେ ବିଜେପିର ବିଧାୟକଙ୍କୁ କାଠଗଡ଼ାକୁ ଟାଣିଛି ବିରୋଧୀ । ହତ୍ୟା ମାମଲାରେ ଯିଏ ଅପରାଧୀ ସିଏ କୁଆଡ଼େ ବିଜେପି ବିଧାୟକଙ୍କ ଘନିଷ୍ଠ ଅଛନ୍ତି । ଏ କଥା ସେ ମଧ୍ୟ ସ୍ବୀକାର କରିଛନ୍ତି । ଶାସକ ଦଳର ଜଣେ ବିଧାୟକ ହତ୍ୟା ଅପରାଧୀଙ୍କ ସହ ଘନିଷ୍ଠ ହେବା ପରେ ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମୌକା ମିଳିଯାଇଛି । ସେପଟେ, ଏହି ମାମଲାରେ ସରକାର କାହିଁକି ଚୁପ୍‌ ଅଛନ୍ତି ସେନେଇ ବି ଉଠିଲାଣି ପ୍ରଶ୍ନ । ଚର୍ଚ୍ଚା ସେଇଥି ଲାଗି ହେଲା କାରଣ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅଜିତ ପାୱାରଙ୍କୁ ସାକ୍ଷାତ କରିଛନ୍ତି । କୁହାଯାଉଛି କି, ବିଧାୟକ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବିକୁ ବିରୋଧୀ ଜୋରଦାର କରିବା ପରେ ସ୍ଥିତି ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଥିବା ଚର୍ଚ୍ଚା ଧରିଛି ।

    ମହାରାଷ୍ଟ୍ରରେ ସରପଞ୍ଚଙ୍କୁ ହତ୍ୟା ପରେ ଏବେ ରାଜନୀତି ଜୋର । କୁହାଯାଉଛି କି, ବିରୋଧୀ ଦଳର ନେତାମାନେ ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବି କଲେଣି । ଖାଲି ଏତିକି ନୁହେଁ ଶାସକ ଦଳର ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ବି ଭେଟିଲେଣି । ଏମିତି ସ୍ଥିତିରେ ବିଧାୟକ ଜଣକ କୁଆଡ଼େ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି । ସ୍ଥିତିକୁ ଆୟତ୍ତ କରିବାକୁ ସେ ଶାହଙ୍କ ଶରଣରେ ପଶିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

    ମହାରାଷ୍ଟ୍ର ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପାୱାର ଶାହାଙ୍କୁ କାହିଁକି ଭେଟିଲେ ସେନେଇ ରାଜନୀତି ବି ଜୋର ଧରିଛି । କୁହାଯାଉଛି ଶାହ-ପାୱାରଙ୍କ ମଧ୍ୟରେ ପାଖାପାଖି ୧୫ ମିନିଟ୍‌ ପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ହୋଇଥିଲା । ହେଲେ ଏହି ଚର୍ଚ୍ଚା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ହୋଇଥିଲା । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପାୱାରଙ୍କ ସହ ଦିଲ୍ଲୀ ଗସ୍ତରେ ପ୍ରଫୁଲ୍ଲ ପଟେଲ ବି ସାମିଲ ହୋଇଥିଲେ ।

    ମହାରାଷ୍ଟ୍ରରେ ରାଜନୈତିକ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ସାଂସଦ ବି ଶାହଙ୍କ ସହ ସାକ୍ଷାତ କରିଥିଲେ । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କୁହାଯାଉଛି କି, ଲଗାତାର ଭାବରେ ବିଡ୍‌ ଜିଲ୍ଲାରେ ହତ୍ୟା, ଗଣ୍ଡଗୋଳ ଆଦି ମାମଲା ବଢିବାରେ ଲାଗିଛି । ତେଣୁ ସ୍ଥିତିକୁ ଆୟତ୍ତ କରିବାକୁ ଶାହଙ୍କ ରଣନୀତି କଣ ହେଉଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି । କିଛିଦିନ ହେବ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି, ଫଡନାଭିସଙ୍କୁ ଖୋଲାଖୋଲି ଭାବରେ ବିରୋଧୀ ଦଳର ବିଧାୟକ ଉଦ୍ଧବ ଠାକରେ ସଂପାଦକୀୟ ଲେଖି ଖୁଲମଖୁଲା ପ୍ରଶଂସା କରିଥିଲେ । କହିଥିଲେ, ନକ୍ସଲବାଦକୁ ଦମନ କରିବାକୁ ସରକାର ଯେଉଁ ରଣନୀତି ଆପଣାଇଛନ୍ତି ତାହା ଫଳପ୍ରଦ ହେବ । ଆଉ ଏବେ ଶାହା-ପାୱାର ଭେଟଘାଟ ପରେ ଚର୍ଚ୍ଚା ଆହୁରି ଜୋର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14.8 ° C
    14.8 °
    14.8 °
    57 %
    1.9kmh
    14 %
    Thu
    15 °
    Fri
    28 °
    Sat
    28 °
    Sun
    29 °
    Mon
    30 °

    ସମ୍ବନ୍ଧିତ