Sunday, October 4, 2026
29.6 C
Odisha

    ମହିଳା କର୍ମଚାରୀମାନେ ସୋଆ ବିଶ୍ୱବିଦ୍ୟାଳୟର ଗୌରବ : ଶାଶ୍ୱତି ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର , ୯ ମାର୍ଚ୍ଚ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନେ କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଯେଉଁ ସ୍ଥାନରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ହିଁ ଦେବତା ବାସ କରନ୍ତି । ଦ୍ରୌପଦୀ, ଅନୁସୂୟା, ସୀତା, ସାବିତ୍ରୀ, କୁନ୍ତଳା କୁମାରୀ ଓ ଲକ୍ଷ୍ମୀବାଈଙ୍କ ଭଳି ମହିଳାଙ୍କ ଉଦାହରଣ ଦେଇ ଶ୍ରୀମତି ଦାସ କହିଥିଲେ ଯେ ନାରୀ ହିଁ ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠଭୂମି । ବର୍ତମାନ ନାରୀ ସମାଜ ସହ ତାଳ ଦେଇ ଦେଶ ଓ ଜାତିର ନେତୃତ୍ୱ ନେଉଛି। ଏହି ନାରୀମାନଙ୍କୁ ସେ ଅଭିନନ୍ଦନ ଓ ସଶ୍ରଦ୍ଧ ସମ୍ମାନ ଜଣାଇଥିଲେ ।
    ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବର୍ତମାନ ସବୁ କ୍ଷେତ୍ରରେ ନାରୀମାନେ ଆଗରେ ଅଛନ୍ତି ବୋଲି କହିଥିଲେ । ସବୁ ସଫଳ ପୁରୁଷଙ୍କ ପଛରେ ନାରୀର ହାତ ରହିଥାଏ ବୋଲି ସେ କହିଥିଲେ । ସେହିପରି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଗୋଟିଏ ପରିବାରକୁ ନାରୀ ହିଁ ଯୋଡି ରଖିଥାଏ । ନାରୀମାନଙ୍କର ଯେଉଁ କ୍ଷେତ୍ରରେ ଆଗ୍ରହ ଅଛି ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ବୋଲି ସେ କହିଥିଲେ ।
    କାର୍ଯ୍ୟକ୍ରମରେ ଆଇଟିଇଆର୍ କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ମୀରା ଦାସ, ପ୍ରଫେସର ଅନୀତା ପଣ୍ଡା, ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ଓ ସୋଆ କମ୍ୟୁନିଟି ରେଡିଓର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର ନୀତା ମହାନ୍ତି, ବିଭିନ୍ନ ଅନୁଷ୍ଠାନର ପ୍ରଫେସର, ଫ୍ୟାକଲ୍ଟି, ବିଭିନ୍ନ ବିଭାଗର ମହିଳା ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ମହିଳା କାର୍ଯ୍ୟକର୍ତା, ନ୍ୟୁଜ୍ ୭ ଏବଂ ପ୍ରମେୟର ମହିଳା ସାମ୍ବାଦିକାମାନେ ମଧ୍ୟ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୫ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା। ମହିଳା ଦିବସ ଅବସରରେ କେକ୍ କାଟି ମହିଳା କର୍ମଚାରୀମାନେ ଉପସଭାପତି ଶ୍ରୀମତି ଦାସଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ