Tuesday, January 13, 2026
27.1 C
Odisha

    ମହିଳା କ୍ରିକେଟ ଖେଳାଳିଙ୍କୁ ବିସିସିଆଇର ଉପହାର, ମ୍ୟାଚ୍ ଫି କଲା ବୃଦ୍ଧି

    ଆଗକୁ ପଢନ୍ତୁ

    ମୁମ୍ବାଇ :  ବିଶ୍ୱ ବିଜେତା ମହିଳା କ୍ରିକେଟ ଖେଳାଳିଙ୍କୁ ଉପହାର ଦେଲା ବିସିସିଆଇ । ବିସିସିଆଇ ତାର ମହିଳା କ୍ରିକେଟରଙ୍କ ମ୍ୟାଚ୍ ପାଉଣାରେ ବୃଦ୍ଧି କରିଛି । ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ମହିଳା ଖେଳାଳିଙ୍କ ମ୍ୟାଚ ପାଉଣାକୁ ଅଢେଇ ଗୁଣା ବୃଦ୍ଧ କରିବାକୁ ନିଷ୍ପତ୍ତି ନେଇଛି । ଏବେ ପୁରୁଷ ଖେଳାଳିଙ୍କ ସମାନ ବେତନ ମିଳିବ ।  ବର୍ତ୍ତମାନ ଘରୋଇ ସିନିଅର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ଦୈନିକ ୫୦ ହଜାର ଟଙ୍କା ପାଉଣା ପାଇବେ । ପୂର୍ବରୁ ୨୦ ହଜାର ଟଙ୍କା ରହିଥିଲା । ତେବେ ଏହା ପ୍ଲେଇଙ୍ଗ୍ ଇଲେଭେନରେ ସାମିଲ ଖେଳାଳିଙ୍କ ପାଇଁ ଲାଗୁ ହେବ । ରିଜର୍ଭ ଖେଳାଳିଙ୍କୁ ବି ଏହାର ଫାଇଦା ମିଳିବ ।  ଦି ନିକିଆ ଟୁର୍ଣ୍ଣାମେଣ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହାର ଅଧା ଅର୍ଥାତ୍ ୨୫ ହଜାର ଟଙ୍କା ମିଳିବ । ପୂର୍ବରୁ ରିଜର୍ଭ ଖେଳାଳିଙ୍କୁ ଦୈନିକ ୧୦ ହଜାର ଟଙ୍କା ମ୍ୟାଚ ଫି ଦିଆଯାଉଥିଲା । ମହିଳା କ୍ରିକେଟରଙ୍କ ମ୍ୟାଚ ଫିସ୍ ଶେଷ ଥର ପାଇଁ ୨୦୨୧ରେ ସଂଶୋଧନ କରାଯାଇଥିଲା । ସେହି ସମୟରେ ସିନିୟର ଖେଳାଳିଙ୍କ ଫିସ୍ ୧୨ ହଜାର ୫୦୦ ଟଙ୍କାରୁ ବଢି ୨୦ ହଜାର ଟଙ୍କା ହୋଇଥିଲା । ଏହାପରେ ବର୍ତ୍ତମାନ ପାଉଣାରେ ବୃଦ୍ଧି ସବୁଠାରୁ ଅଧିକ । ଏବେ ଘରୋଇ କ୍ରିକେଟରେ ମହିଳା ଖେଳାଳିଙ୍କ ମ୍ୟାଚ ଫିସ୍ ପୁରୁଷ ଖେଳାଳିଙ୍କ ସହ ପ୍ରାୟ ସମାନ ହୋଇଛି ।

    ବିସିସିଆଇ ଜୁନିୟର ଲେବଲ୍ ଟୁର୍ଣ୍ଣାମେଣ୍ଟରେ ବି ସମାନତା ଲାଗୁ କରିଛି । ମଲ୍ଡି-ଡେ କିମ୍ବା ଦିନିକିଆ ମ୍ୟାଚରେ ପ୍ଲେଇଙ୍ଗ ଇଲେଭେନରେ ପ୍ରତିଦିନ ୨୫ ହଜାର ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧୨ ହଜାର ୫୦୦ଟଙ୍କା ମିଳିବ । ସେହିପରି ଟି-୨୦ ମ୍ୟାଚରେ ଚୂଡାନ୍ତ ଏକାଦଶରେ ଖେଳାଳିଙ୍କୁ ୧୨ ହଜାର ୫୦୦ ଟଙ୍କା ଓ ରିଜର୍ଭ ଖେଳାଳିଙ୍କୁ ୬ ହଜାର ୨୫୦ଟଙ୍କା ମିଳିବ । ସେହିପରି ଅମ୍ପାୟାର ଏବଂ ମ୍ୟାଚ ରେଫରୀଙ୍କ ସହିତ ମ୍ୟାଚ ଅଧିକାରୀଙ୍କର ମଧ୍ୟ ଫିସ ବୃଦ୍ଧି ହୋଇଛି । ଘରୋଇ ଟୁର୍ଣ୍ଣାମେଣ୍ଟରେ ଲିଗ୍ ମ୍ୟାଚ୍ ପାଇଁ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀମାନଙ୍କୁ ପ୍ରତିଦିନ ୪୦,୦୦୦ ଦରମା ଦିଆଯିବ । ନକଆଉଟ୍ ମ୍ୟାଚ୍ ପାଇଁ, ଦୈନିକ ଦରମା ୫୦,୦୦୦ ରୁ ୬୦,୦୦୦ ମଧ୍ୟରେ ହେବ । ରଣଜୀ ଟ୍ରଫି ଲିଗ୍ ମ୍ୟାଚରେ ଅମ୍ପାୟାରିଂ ପାଇଁ ପ୍ରତି ମ୍ୟାଚରେ ପ୍ରାୟ ୧.୬୦ ଲକ୍ଷ ପାଇବେ, ନକଆଉଟ୍ ମ୍ୟାଚ୍ରେ ଅମ୍ପାୟାରିଂ ପାଇଁ ପ୍ରତି ମ୍ୟାଚରେ ୨.୫ ଲକ୍ଷ ରୁ ୩ ଲକ୍ଷ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    21 %
    4.2kmh
    0 %
    Tue
    25 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ